ରାଜ୍ୟରେ ମାକ୍ସ ଓ ସାମାଜିକ ଦୂରତା ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର: ଅନ୍ୟ ରାଜ୍ୟର କୋରନା ସଂକ୍ରମଣ ବୃଦ୍ଧି କୁ ଦୃଷ୍ଟିରେ ରଖି ଓଡିଶାରେ ମାକ୍ସ ଓ ସାମାଜିକ ଦୂରତା ନିୟମ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ ଆର୍ ସି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି। ଏଥିରେ ବିଦ୍ୟାଳୟ ପାଠପଢ଼ା ବ୍ୟତିତ ଅନ୍ୟ କାର୍ଯ୍ୟକ୍ରମ ମନା କରିଛନ୍ତି ଏସ୍ ଆର୍ ସି। ସେହିଭଳି ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କୋଭିଡ଼ ନିୟମ ଅବହେଳା ପାଇଁ ସଂସ୍ଥା ମୁଖ୍ୟ ଦାୟୀ ରହିବେ ବୋଲି ସେ କହିଛନ୍ତି। ହୋଟେଲ, ଢାବା ଓ ରେଷ୍ଟୁରାଁ ଉପରେ ଜିଲ୍ଲା ପ୍ରଶାସନ ନଜର ରଖିବେ। ପ୍ରତି ସପ୍ତାହରେ ଜିଲ୍ଲାପାଳ, ଏସ୍ପି ଓ କମିଶନର ଏସବୁର ରିପୋର୍ଟ ଏସ୍ ଆର୍ ସିଙ୍କୁ ଦେବେ ବୋଲି କୁହାଯାଇଛି।
powered by social2s

