ରାଜ୍ୟ ଅର୍ଥନୀତି ହାର ଦେଶ ତୁଳନାରେ ଅଧିକ: ଅର୍ଥମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆଜି ବଜେଟ ୨୦୨୧-୨୨ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। 

ଅଧିବେଶନର ଆରମ୍ଭରେ କୋଭିଡ଼ କଥା କହି ଏହା ମାନବଜାତି କୁ ବଡ଼ ସଂକଟରେ ପକାଇଥିବା କଥା ସେ କହିଛନ୍ତି। ତେବେ ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ଏହାର ମୁକାବିଲା କରିବାକୁ ସକ୍ଷମ ହୋଇଥିଲା ବୋଲି ସେ କହିଛନ୍ତି। 

ରାଜ୍ୟ ଅର୍ଥନୀତି ହାର ଦେଶ ତୁଳନାରେ ବଢିଛାଲିଥିବା ସେ ଏହି ଅବସରରେ କହିଥିଲେ।

ତେବେ ଏଥର ବଜେଟରେ ମୋଟ ୧.୭୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। 

କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 

ବିହନ ପାଇଁ ୧୦୦ ଓ ସାର ପାଇଁ ଅତିରିକ୍ତ ୧୦୦ କୋଟି ପାଣ୍ଠିଉଦ୍ୟାନ ହୋଇଛି। 

ରାଷ୍ଟ୍ରୀୟ କୃଷିର ବିକାଶ ପାଇଁ ୪୫୦ କୋଟି ବ୍ୟୟବରାଦ ହୋଇଛି। 

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ୧୭୫୫ କୋଟି ବ୍ୟୟବରାଦ ହୋଇଛି। 

ନିର୍ମଳ ଯୋଜନାରେ ୩୭୦ କୋଟିର ବ୍ୟୟବରାଦ କରାଯାଇଛି। 

ସେହିଭଳି ନିରାମୟ ଯୋଜନାରେ ୬୦୦ କୋଟିର ମାଗଣା ଔଷଧ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। 

ରାଜ୍ୟ ଚିକିତ୍ସା ପାଣ୍ଠି ଅଧିନରେ ୧୬୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। 

ସେହିଭଳି ଜନ ସ୍ୱାସ୍ଥ୍ୟ ମୁକାବିଲା ପାଣ୍ଠି ଅଧିନରେ ୬୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 

powered by social2s