ଥାନା ଭିତରେ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁବର୍ଣ୍ଣପୁର: ଆଜି ସୁବର୍ଣପୁର ଜିଲ୍ଲା ବିନିକା ଥାନା ଭିତରେ ଜଣେ ଠିକାଦାର ଆତ୍ମାହୁତି ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ଠିକାଦାର ତ୍ରିଲୋଚନ ପୁରୋହିତ ନିଜ ଦେହରେ ପେଟ୍ରୋଲ ଢାଳିଲା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ଜଣେ କନିଷ୍ଠ ଯନ୍ତ୍ରୀ ଥାନାରେ ଠିକାଦାର ତାଙ୍କୁ ଧମକ ଦେଇଥିବାର ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଠିକାଦାରଙ୍କୁ ଥାନାକୁ ଡାକିଥିଲେ। ତ୍ରିଲୋଚନଙ୍କ କହିବା ଅନୁଯାୟୀ, ସେ ୫ ଲକ୍ଷ ଟଙ୍କାର ଏକ ରାସ୍ତା କାମ କରିଥିଲେ। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ୮୭,୦୦୦ ଟଙ୍କା ମିଳିନାହିଁ।

powered by social2s