ଭୁବନେଶ୍ବର: ରାଜ୍ୟରେ ଐତିହ୍ୟ କରିଡ଼ର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଆଜି ବିଧାନସଭା ଅଧିବେଶନରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବାଚନିକ ଭୋଟରେ ଯୋଜନା ଗୃହୀତ ହୋଇଥିବା ଘୋଷଣା କରିଛନ୍ତି ବାଚସ୍ପତି। ସଂକଳ୍ପ ଗୃହୀତ ବେଳେ ୩ଟି ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଉପସ୍ଥାପନା ବେଳେ ସେ କହିଛନ୍ତି ଯେ ସାଢେ ଚାରି କୋଟି ଓଡିଶାବାସୀଙ୍କ ଏହି ଯୋଜନା। ଓଡିଶାବାସୀଙ୍କ ସବୁଠାରୁ ବଡ଼ ପରିଚୟ ହେଉଛି ମହାପ୍ରଭୁ ଜଗନ୍ନାଥ। ତେବେ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସାଦରେ ସହମତି ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଏହା ପ୍ରତ୍ୟେକ ଓଡିଶାବାସୀଙ୍କ ଆବେଗ ସହ ଜଡ଼ିତ। ଶ୍ରୀକ୍ଷେତ୍ରକୁ ସୁନ୍ଦର କରିବା ସହ ଓଡ଼ିଶାକୁ ସମୃଦ୍ଧ କରିବ। ଦେଶ ବିଦେଶର ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବ ବୋଲି ସେ କହିଛନ୍ତି।
powered by social2s

