ଭୁବନେଶ୍ୱର: ତା ୨୭/୦୨/୨୦୨୧: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ମା ମଙ୍ଗଳା ମନ୍ଦିର, ଫେଜ୍ 2 ଡୁମ୍ଡ଼ୁମା ହାଉସଇଂ ବୋର୍ଡ କଲୋନୀ, ଭୁବନେଶ୍ୱର ଠାରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ପରିଷଦର ସୁନାମଧନ୍ୟ କଳାକାର ମାନେ ଭଜନ ଓ ସତସଙ୍ଗ କରିଥିଲେ। ତାପରେ ଡ ଗୁରୁ ପ୍ରସାଦ ମହାପାତ୍ର ପ୍ରବଚନ ମାଧ୍ୟମରେ ଗଜ ଉଦ୍ଧାରଣ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପ୍ରବଚନ ଓ ଭଜନ ଅତି ଉଚ୍ଚକୋଟୀର ହୋଇଥିଲା ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଭଜନ କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ବିପିନ ସ୍ୱାଇଁ, ଦିଲ୍ଲୀପ ମହାନ୍ତି, ମଧୁସ୍ମିତା ବିଶ୍ଵାଳ, ମଞ୍ଜୁଶ୍ରୀ ମହାନ୍ତି ଓ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ଉପଦେଷ୍ଟା ଶ୍ରୀ ରବିନାରାୟଣ ମିଶ୍ର, ଶ୍ରୀ ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଆୟୋଜକ, ଶ୍ରୀ ପ୍ରଦୀପ କୁମାର ପାତ୍ର, ସସ୍ମିତା ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, ଶ୍ରୀବାବାଜୀ ବିଶ୍ଵାଳ, କୋଷାଧ୍ୟକ୍ଷ ଶ୍ରୀ ଅଖିଳ କୁମାର ସାହୁ, ଲଲିତ ମୋହନ ପଣ୍ଡା,ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ତ୍ରିଲୋଚନ ନାୟକ,ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ରାହୁଲ ପଲେଇ, ଓ ସ୍ଥାନୀୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ମାନେ ବହୁସଂଖ୍ୟା ରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।ଶେଷରେ ସମସ୍ତେ ଆନନ୍ଦରେ ପ୍ରସାଦ ସେବନ କରିଥିଲେ।
ପଵିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

