ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ ଙ୍କ ଅଧକ୍ଷତା ରେ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ର ଏକ ଗୁରୁତ୍ୱପୁର୍ଣ ବୈଠକ ଭୁବନେଶ୍ୱର ରାଧାବଲ୍ଲଭ ମଠ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠାକ ରେ ସମ୍ପାଦକ ପ୍ରଭାକର ମଲ୍ଲିକ, ଉପଦେଷ୍ଟା ରାଧାବଲ୍ଲଭ ସିଂ, ଈଁ ଦୁଷ୍ମନ୍ତ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପ ସଭାପତି ବୈକୁଣ୍ଠ ନାଥ ମହାପାତ୍ର, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଡ଼ ରାମଚନ୍ଦ୍ର ମିଶ୍ର, ଶ୍ରୀ ରବିନାରାୟଣ ମିଶ୍ର, କୋଷାଧକ୍ଷ ଗୌରାଙ୍ଗ ନାୟକ ସହ କୋଷାଧକ୍ଷ ରଶ୍ମି ରଞ୍ଜନ ପଟ୍ଟନାୟକ, ସୁରେଶ ମିଶ୍ର, ପୁଷ୍ପଲତା ପ୍ରଧାନ, ତ୍ରିଲୋଚନ ନାୟକ, ତନ୍ମୟ କୁମାର ସାହୁ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇଥିଲେ । ସଭାପତି ପ୍ରଥମେ ଶ୍ରୀଜଗନ୍ନାଥ ଙ୍କ ମନ୍ତ୍ର ପଢ଼ିବା ପରେ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ। ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକ ହରିଦ୍ୱାର ଓ ସହିଦନଗର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ମନ୍ଦିରରେ ହୋଇଥିବା ଦୁଇଟି ପାଞ୍ଚରାତ୍ର କାର୍ଯ୍ୟକ୍ରମ ର ସୁବିଧା ଓ ଅସୁବିଧା ବିଷୟରେ ସମସ୍ତ ଙ୍କୁ ଜଣାଇଥିଲେ। ବୈଠକ ରେ ଆସନ୍ତା ଅଯୋଧ୍ୟା ପାଞ୍ଚରାତ୍ର କାର୍ଯ୍ୟକ୍ରମ କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ତାରିଖ ସମସ୍ତଙ୍କୁ ପରେ ଜଣାଇଦିଆଯିବ ପାଇଁ ସ୍ଥିର କରାଗଲା। ଏହି ବର୍ଷାଦିନ ସମୟ ରେ ନିମ୍ବ ବୃକ୍ଷ ରୋପଣ କରିବା ନିମନ୍ତେ ସଭାପତି ପ୍ରସ୍ତାବ ଦେଇ ଥିଲେ ତାହା କରାଯିବା ନିମନ୍ତେ ସ୍ଥିର କରାଗଲା ।
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି କାର୍ଯ୍ୟକାରୀ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s