ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଯାହା ପୂର୍ବ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ଆଜି ଅନୁଗୁଳ ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୋଲି ଜଣାପଡିଛି। ଏହା ପଛକୁ ଭୁବନେଶ୍ୱର ଓ ବୈଦ୍ଧର ତାପମାତ୍ରା ୪୦ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟର ମୋଟ ୧୨ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଅନୁଗୁଳ, ଭୁବନେଶ୍ୱର ଓ ବୈଦ୍ଧ ଜିଲ୍ଲା ପଛକୁ ବାରିପଦା ର ତାପମାତ୍ରା ୩୯.୪ ଡିଗ୍ରୀ, କଟକର ତାପମାତ୍ରା ୩୯.୩ ଡିଗ୍ରୀ, ସମ୍ବଲପୁର ତାପମାତ୍ରା ୩୮.୫, ବଲାଙ୍ଗୀର, ଟିଟିଲାଗଡ ଓ ନୟାଗଡ଼ର ତାପମାତ୍ରା ୩୮.୪ ଡିଗ୍ରୀ ରେକଡ କରାଯାଇଛି। ସେହିଭଳି ଚାନ୍ଦବାଲି, ତାଳଚେର ଓ ସୋନପୁରର ତାପମାତ୍ରା ୩୮.୨ ଡିଗ୍ରୀ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
powered by social2s

