ଭୁବନେଶ୍ୱର: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ। ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟୀକା। ବହୁବିଧ ରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଟୀକା ଦିଆଯିବ। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଦିଆଯିବ ଟୀକା। ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଟୀକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଘରୋଇ ହସ୍ପିଟାଲରେ ଦୋଜ ପ୍ରତି ୨୫୦ ଟଙ୍କା ଦେବାକୁ ପଡ଼ିବ।
powered by social2s

