ମାର୍ଚ୍ଚ ୫ ରେ ବିଜେଡିର ବିଶାଳ ସାଇକେଲ ଶୋଭାଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ମାର୍ଚ୍ଚ ୫ ରେ ବିଜେଡି ପକ୍ଷରୁ ଆୟୋଜନ ହେବ ବିଶାଳ ସାଇକେଲ ଶୋଭାଯାତ୍ରା। 

ଏହି ଶୋଭାଯାତ୍ରା କଟକ ଆନନ୍ଦ ଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ପହଁଚିବ ବୋଲି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତ ଦଳ ପକ୍ଷରୁ ଜୀବନ ବିନ୍ଦୁ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ। ରକ୍ତଦାନ ଶିବିର ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ।

 

powered by social2s