ଭଞ୍ଜନଗର: ଆଜି ସକାଳେ ଗଂଜାମ ଜିଲ୍ଲା ଗାଙ୍ଗପର ଥାନା ଅନ୍ତର୍ଗତ ବଡ଼ବୋରସିଂହ ଗ୍ରାମ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ଆସୁଛି।ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟାଳୟ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇଜଣ ଛାତ୍ରଙ୍କ ମଧ୍ୟର କୌଣସି କାରଣରୁ ଉଚ୍ଚବାଚ ହୋଇ ଜଣେ ଛାତ୍ରର ଛୁରମାଡରେ ଅମିତ ନାୟକ ନାମକ ଅନ୍ୟ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଲିଛି।ଛୁରା ମାଡ଼ କରିଥିବା ଛାତ୍ର ଜଣକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକ ରଖିଥିବା ବେଳେ ଗାଙ୍ଗପର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
powered by social2s

