ଗଜପତି/ବାଲେଶ୍ଵର: ଗଜପତି ଜିଲ୍ଲା କତଲକଇ ଠାରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ୧୦ ବର୍ଷର ଏସ୍.ଲକ୍ଷ୍ମୀ କୁ ରୋଗୀ ନଥିବା ଆମ୍ବୁଲାନ୍ସଟି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ତଥା କ୍ଷତି ପୂରଣ ଦାବିରେ ସେଠାକାର ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଛି। ଫଳରେ ପାରଳାଖେମୁଣ୍ଡି ଓ ମୋହନା ରାଜପଥରେ ଶତାଧିକ ଗାଡି ଅଟକ ରହିଛି। ସେହିଭଳି ବାଲେଶ୍ବର ସୋରଠାରେ ବସ୍ ଦୁର୍ଘଟଣା ଘଟି ୨୦ ଜଣ ଆହତ ହୋଇଥିବା ଜଣାପଡିଛି। ଭୁବନେଶ୍ୱର ରୁ ଗୋପାଳପୁର ଯାଉଥିବା ଚକାଡୋଳା ବସ୍ ବାଲେଶ୍ଵର ନିକଟରେ ଦୁର୍ଘଟଣା ଗସ୍ତ ହୋଇଥିଲା। ତେବେ ସମସ୍ତ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।
powered by social2s

