କଳାଭୂମି ଓ ପାନ୍ଥନିବାସ ବୁଲି ଦେଖିଲେ କୁନିକୁନି ପିଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଗୁରୁତ୍ୱ ଦେଉଥିବାବେଳେ  ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏ ଦିଗରେ ଏକ ଛୋଟ ପ୍ରୟାସ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ପାଣିଟାଙ୍କି ବସ୍ତିର କୁନିକୁନି ପିଲାମାନଙ୍କୁ ଆଜି ସ୍ୱତନ୍ତ୍ର ବସ୍ ଯୋଗେ ‘କଳାଭୂମି’ ଅଣାଯାଇ ସେଠାରେ ଓଡ଼ିଶାର ଗୌରବମୟ କଳା,ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। କଳାଭୂମି ପରିସରରେ ବିିଭିନ୍ନ କାର୍ଯ୍ୟ ସବୁ ପିଲାମାନେ ବୁଲି ଦେଖିଥିଲେ। 

 

ତା’ପରେ ସେମାନଙ୍କୁ ପାନ୍ଥନିବାସ ନିଆଯାଇ ସେଠାରେ ଓଟିଡିସି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ସହ ପୋଷାକ ଓ ଶିକ୍ଷଣୀୟ କିଟ୍ ପ୍ରଦାନ କରାଯାଇଥିଲା  ‘ଶ୍ରୀ’ ଅଭିଯାନର ସହଯୋଗରେ ଓଟିଡିସି ପକ୍ଷରୁ ଏହି ପିଲାମାନଙ୍କ ମୁହଁରେ ହସ ଫୁଟାଇବାକୁ ଏଭଳି ପ୍ରୟାସ କରାଯାଇଛି। ପାଣିଟାଙ୍କି ବସ୍ତିରେ ପିଲାଙ୍କ ସ୍ୱାସ୍ଥ୍ୟ,ଶିକ୍ଷା ଓ ନିରାପତ୍ତା ପାଇଁ ‘ଶ୍ରୀ’ କାର୍ଯ୍ୟ କରୁଛି ।

 

ଏହି କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଓଟିଡିସିର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ‘ଶ୍ରୀ’ ଅଭିଯାନ ସହ ଜଡ଼ିତ ସମାଜସେବୀ ପ୍ରୀତିଛନ୍ଦା ଧଳ,ସ୍ଵରାଜଲକ୍ଷ୍ମୀ ସାମଲ, ନମ୍ରତା ଚଢ଼ା, ବବିତା ସ୍ୱାଇଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବସ୍ତିରେ ରହୁଥିବା କୁନିକୁନି ପିଲାମାନେ ରାଜ୍ୟର କଳା,ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିବା ସହ ‘ଶ୍ରୀ’ ଅଭିଯାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

 

powered by social2s