ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ୟବସାୟୀ ଖୋଲିପାରିବେ ରଙ୍ଗ ଦୋକାନ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (BMC) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ଦୋଳ ମେଳଣ ପାଇଁ ପୂଜା କମିଟି ସଦସ୍ୟ ମାନେ ନେବେ BMC ଠାରୁ ଅନୁମତି। ପ୍ରତି ବିମାନ ସହ ରହିପାରିବେ ୪-୫ ଜଣ ଲୋକ। ମେଳଣ ପଡ଼ିଆରେ ଏକାଠି ହୋଇପାରିବେନି ୬୦ ରୁ ଅଧିକ ଲୋକ। ୧୦ ରୁ ଅଧିକ ବିମାନ ଗୋଟିଏ ସମୟରେ ଏକାଠି ହେବା ମନା। ସେହିପରି ୧୦ ରୁ ଅଧିକ ବିମାନ ଥିଲେ ପର୍ଯ୍ୟାୟକ୍ରମେ ମେଳଣ ପାଇଁ ନିର୍ଦ୍ଧେଶ ରହିଛି। ହୋଲି ବା ଦୋଳ ସମୟରେ କରୋନା ନିୟମ ମାନିବା ବାଧ୍ୟତାମୂଳକ।
powered by social2s

