ଗ୍ୟାସ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା; ୪ ମୃତ, ୩ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆମ୍ବୁଲାନ୍ସ ଟି ଦୁଇ ଜଣ ରୋଗୀ ନେଇ ସମ୍ବଲପୁର ରୁ କଟକ ଅଭିମୁଖେ ଯାଉଥିଲା ବେଳେ ଦୁର୍ଘଟଣା ଘଟିଛି। ଗ୍ୟାସ ଟ୍ୟାଙ୍କର କୁ ପୋଲିସ ଜବତ କରି ଡ୍ରାଇଭର କୁ ଅଟକ ରଖିଥିବା ସୂଚନା ମିଳିଛି।

powered by social2s