ମାଲକାନଗିରି: ଆସନ୍ତାକାଲି ଠାରୁ ମାଲକାନଗିରି ଜିଲ୍ଲାରେ ଲାଗୁହେବ ନାଇଟ୍ କର୍ଫ୍ୟୁ। ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ରାତି ୯ଟା ରୁ ସକାଳ ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି କରାଯାଇଛି। ବଡ଼ଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। କର୍ଫ୍ୟୁ ସମୟରେ ସର୍ବସାଧାରଣ ସ୍ଥାନରେ ଦୋଳ ଓ ହୋଲି ଖେଳିବା ବାରଣ କରାଯାଇଛି। କୋଭିଡ଼ ଗାଇଡଲାଇନ ସହ ୫୦ଜଣଙ୍କୁ ନେଇ ହେବ ଦୋଳ ମେଳନ। ସେହିପରି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨୦୦ଲୋକଙ୍କୁ ନେଇ ହେବ ବଡଯାତ୍ରା।
powered by social2s

