କଟକ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି କଟକ ସହରରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।ସାଂସଦ ଭତୃହରି ମହତାବଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ଶୋଭାଯାତ୍ରାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଶାନ୍ତି କମିଟି ଓ ସମସ୍ତ ପୂଜା କମିଟି ସଦସ୍ୟ ମାନେ ସାମିଲ ହୋଇଥିଲେ। ଶୋଭାଯାତ୍ରାଟି ରେଳଷ୍ଟେସନରୁ ବାହାରି ସହର ପରିକ୍ରମା କରିଥିଲା। ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ଏଥିରେ ସାମିଲ ହୋଇଥିଲା।ଗାନ୍ଧିଜୀଙ୍କ ଅହିଂସାର ଚିନ୍ତାଧାରାରେ ସମସ୍ତଙ୍କୁ ସାମିଲ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
powered by social2s

