ବୟସ୍କ ଲୋକଙ୍କୁ ଟିକା ନେବା ପାଇଁ ସମସ୍ତେ ଉତ୍ସାହିତ କରିବା ଜରୁରୀ: ଡିଏମ୍ଇଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ବଢୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ଯେ ଟିକା କରୋନା ଲଢ଼େଇର ପ୍ରମୁଖ ଦିଗ। ତେଣୁ ସମସ୍ତେ ଟିକା ନେବାକୁ ଆଗେଇ ଆସନ୍ତୁ। ସେହିଭଳି ବୟସ୍କ ଲୋକଙ୍କୁ ଟିକା ନେବା ପାଇଁ ସମସ୍ତେ ପ୍ରୋତ୍ସାହିତ କରନ୍ତୁ ବୋଲି ସେ କହିଛନ୍ତି। ଚିକିତ୍ସା ପାଇଁ ସରକାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଲୋକେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ। କେହି ଅନ୍ୟ ରାଜ୍ୟରୁ ଆସୁଥିଲେ ତୁରନ୍ତ ପ୍ରଶାସନକୁ ଜଣାନ୍ତୁ। ଫଳରେ ତାଙ୍କୁ ଟେଷ୍ଟ କରାଯାଇ ଆଇସୋଲେଟେଡ଼ କରାଯିବାପାରିବ। ଏହା ସହ ସମସ୍ତେ ଘରେ ରହି ହୋଲି ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି।

powered by social2s