ଭୁବନେଶ୍ୱର: ୨୨.୩.୨୧: କନ୍ଦରପୁର ପାରାବିଲ ଗ୍ରାମରେ ମାଆ ଧବଲେଶ୍ଵରୀ ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ମହାପ୍ରଭୁଙ୍କ ଜାମାଲାଗି ବେଶ କରାଯିବା ସହିତ ଭଜନ ଜଣାଣ ଓ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଅଛି ।
ପରିଷଦର ସୁନାମଧନ୍ୟ କଳାକାର ମାନେ ଭଜନ ପରିବେଷଣ କରିଥିଲେ ।
ଦାମୋଦର ସେନାପତି ଓ ପ୍ରଶାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ । ପଣ୍ଡିତ ଶ୍ରୀ କାଶୀନାଥ ମିଶ୍ର, ସ୍କନ୍ଦ ପୁରାଣରେ ବର୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ବିପିନ ସ୍ୱାଇଁ,, ସରୋଜ କୁମାର ପାତ୍ରଏ କାମେସ୍ୱର ରାଓ, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, ସ୍ୱସ୍ତିକ ବରାଳ, ସାଗର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
powered by social2s

