କୋଭିଡ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟେଷ୍ଟିଂ,ଏନ୍ଫୋର୍ସମେଣ୍ଟ ଓ କଣ୍ଟେନମେଣ୍ଟ ଗୁରୁତ୍ୱ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମୀକ୍ଷା ବୈଠକ ପରେ ରାଜ୍ୟରେ ଆରଟିସିଆର ଟେଷ୍ଟିଙ୍ଗ ବଢାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବଢାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାସ୍ତରରେ କୋଭିଡ଼ ନିୟମ କଡାକଡି ଭାବରେ ପାଳନ କରାଯିବ। ଟେଷ୍ଟିଙ୍ଗ, ଏନଫୋର୍ସମେଣ୍ଟ ଓ କଣ୍ଟେନମେଣ୍ଟ ଏହି ୩ ବିଷୟରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କୋଭିଡ଼ ନିୟମ ପାଳନ ହେଉଛି କି ନାହିଁ ତିକ୍ଷିଣ ଦୃଷ୍ଟି ରଖିବ ପୁଲିସ। ବିବାହ, ଧର୍ମାନୁଷ୍ଠାନ, ବଜାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସରକାର କଡା ଦୃଷ୍ଟି ରଖିବେ। ସହରାଞ୍ଚଳରେ ହାଇ ଜୋନ ଉପରେ କଡା ନଜର ରଖିବା ପାଇଁ ସେ କହିଛନ୍ତି। ପ୍ରତିଦିନ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

powered by social2s