ଭୁବନେଶ୍ୱରରେ କରୋନା ମାମଲା ବୃଦ୍ଧି ଯୋଗୁ ହାଇ ଅଳେର୍ଟରେ କମିଶନରେଟ ପୋଲିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ କୋଭିଡ ମାମଲା ବୃଦ୍ଧି ହେଉଥିବାରୁ ହାଇ ଅଳେର୍ଟରେ ରହିଛି କମିସନରେଟ ପୋଲିସ। ଆଜି ସନ୍ଧ୍ୟାରେ ପୋଲିସ କମିଶନର, ଡିସିପି, ଏସିପି ଓ ସବୁ ଥାନା ଇନ୍ସପେକ୍ଟର ରାଜଧାନୀର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିଥିଲେ। ପ୍ରାୟ ୫୦ ଟି ପିସିଆର ଭ୍ୟାନ ସହରର ସାରା ପାଇଁତରା ମାରିଥିଲା। ଲୋକଙ୍କୁ ଆଜି କରୋନା ଗାଇଡଲାଇନ ମାନିବା ପାଇଁ ସଚେତନ କରାଗଲା। ଏହାପରେ ନିୟମ ନମାନିଲେ କଟାଜୀବ ଫାଇନ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ବିଏମ ସି ପକ୍ଷରୁ ମଧ୍ୟ ମାର୍କେଟ ଓ ଗହଳି ହେଉଥିବା ସ୍ଥାନରେ ଚଢ଼ାଉ କରାଯିବ।

powered by social2s