ଅନ୍ତର୍ଜାତୀୟ ମହିଳା ଦିବସ ପାଳିଲେ ଆଇୱା କର୍ମୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉଦେଶ୍ୟରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କାର୍ଯ୍ୟକର୍ତ୍ତାମାନେ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ଏକ ଯୋଗ ଏବଂ ଯଜ୍ଞର ଆୟୋଜନ କରିଥିଲେ। ଏକ ସୁସ୍ଥ ସମାଜ ଏବଂ ସଂସ୍କାରବାନ ଆଗାମୀ ପିଢ଼ି ଗଠନ ଦିଗରେ କାର୍ଯ୍ୟ କରୁଥିବା ଏହି ସ୍ବେଚ୍ଛlସେବୀ ଅନୁଷ୍ଠାନର ନିର୍ଦ୍ଦେଶିକା ଅନସୂୟା ମିଶ୍ର, କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ମହିଳା ତଥା କିଶୋରୀମାନଙ୍କୁ ଯୋଗ ଏବଂ ଯଜ୍ଞର ଉପକାରିତା ଉପରେ ବୁଝାଇଥିଲେ। ଆଇୱାର ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ର ମହିଳାମାନଙ୍କ ପାଇଁ ଏବଂ ବିଶେଷକରି ଗର୍ଭବତୀ ମହିଳାମାନଙ୍କ ପାଇଁ ଉପଯୋଗୀ ଆସନ ଏବଂ ପ୍ରାଣାୟାମ ଉପରେ ଆଲୋକପାତ କରିଥିଲେ। ଆଇୱାର ଅନୁରୋଧକ୍ରମେ ଯଜ୍ଞ କର୍ମ ସମ୍ପାଦନ ପାଇଁ ଢେଙ୍କାନାଳ ଗାୟତ୍ରୀ ଶକ୍ତିପୀଠର ସମୟଦାନୀ ସୁଶ୍ରୀ ପଦ୍ମିନୀ ମିଶ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳାମାନଙ୍କୁ ଯଜ୍ଞ ଏବଂ ମନ୍ତ୍ର ଶକ୍ତିର ସକାରାତ୍ମକ ଉର୍ଜା ବିଷୟରେ ଅବଗତ କରାଇଥିଲେ। ଯୋଗ ଏବଂ ଯଜ୍ଞର ଏହି ମିଳିତ କାର୍ଯ୍ୟକ୍ରମଟି ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।ମହିଳାମାନେ ଏପରି ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଆନନ୍ଦିତ ହୋଇଥିଲେ ଏବଂ ଏହିପରି କାର୍ଯ୍ୟକ୍ରମର ପୁନରାବୃତ୍ତି ହେଲେ ସେମାନେ ଉପକୃତ ହେବେବୋଲି ମହିଳାମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଆସୋସିଏସନର ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s