ପୁରୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କଲେ ଗଜପତି ମହାରାଜ। ଗୁଣ୍ଡିଚାମନ୍ଦିର ମଧ୍ୟ ବୁଲି ଅନୁଧ୍ୟାନ କଲେ । ଶ୍ରୀମନ୍ଦିରର ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି। ଅନୁଧ୍ୟାନ ପରେ ପୁରୀ ଗଜପତି ମହାରାଜ ସୂଚନା ଦେଇଛନ୍ତି ଯେ ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇପାରୁନି। ଉତ୍ତର ଦ୍ବାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର ହେବ। ଯେଉଁଠି ସୁବିଧାରେ ମହାପ୍ରସାଦ ସେବନ କରିହେବ। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ। ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ଓ ଉତ୍ତମ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରହିଛି।
powered by social2s