ସହିଦନଗରରେ ବସବାସ କରୁଥିବା ୨୦୦ ଗରିବ ପରିବାର ଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସ୍ଵୟମ ଟ୍ରଷ୍ଟ ଓ ସହିଦନଗର ଦୁର୍ଗାପୂଜା ସମିତି ମିଳିତ ପ୍ରୟାସରେ ସହିଦନଗରରେ ବସବାସ କରୁଥିବା ଗରିବ ପରିବାର ଙ୍କୁ ରାସନ୍ ସମାଗ୍ରୀ ପ୍ରଦାନ କରାଯାଇଛି। ହୋଲି ପର୍ବ କୁ ହସଖୁସି, ଆନନ୍ଦ ଉଲ୍ଲାସ ରେ ପାଳନ କରିବା ପାଇଁ ,ଏହି ଅବସରରେ ଆଜି ସନ୍ଧ୍ୟାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ସହିଦନଗର ଦୁର୍ଗାପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଵୟମର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନ, ଉପଦେଷ୍ଟା ସୁଧୀର କୁମର ଶତପଥୀ,,ପୂର୍ବତନ କର୍ପୋରେଟର ଉମା ମିଶ୍ର,ସାସ୍ଵତୀ ମିଶ୍ର, ନରେନ ସାହୁ, ଦୁର୍ଗାପୂଜା ସମିତିର ସଭାପତି ହେମନ୍ତ କୁମାର ପରିଡା, ସଂପାଦକ ସଚ୍ଚିନନ୍ଦନ ନାୟକ, ପୂର୍ବତନ ସଂପାଦକ ଡ଼ ନାରାୟଣ ମହାପାତ୍ର, ଯୁଗ୍ମ ସଂପାଦକ ବିଶ୍ଵପ୍ରସାଦ ମହାନ୍ତି, ଉପସଭାପତି ଚନ୍ଦନ ପାଲିତ,ଦିଲ୍ଲୀପ କୁମାର ଦାସ,ମହେଶ୍ଵର ମହାନ୍ତି, ଅନୁପ କୁମାର ଦ୍ବିବେଦୀ, ଆଶିଷ କୁମାର ମହାପାତ୍ର,ଟୁଲା ବାବୁ, ଆନନ୍ଦ ମିତ୍ର, ଦିଲୀପ କୁମାର ମଲ୍ଲିକ,ସୁବ୍ରତ ସିଂ,ଆଶୁତୋଷ ଦାସ,ବିଭୂତି ମିଶ୍ର,ଜୀତେନ୍ଦ୍ର ରଥ,ସୀତାକାନ୍ତ ମହାପାତ୍ର, ଜିତେନ୍ଦ୍ର ରାଓ, ଗୋପାଳ ମହାନ୍ତି, ଏବଂ ସମିତିର ସମସ୍ତ କାର୍ଯ୍ୟକର୍ତା ଓ ଟ୍ରଷ୍ଟ ର ସଦସ୍ୟ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାୟ ୨୦୦ ପରିବାର କୁ ହରଡ ଡାଲି, ସୁଜି, ଅଟା, ଚିନି ଇତ୍ଯାଦି ସମାଗ୍ରୀ ବଣ୍ଟନ କରାଯାଇଥିଲା I ଆଗାମୀ ଦିନରେ ଏହିପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରାଯିବ ଓ ସହିଦନଗର ଅଞ୍ଚଳ ର ସର୍ବାଙ୍ଗୀନ ବିକାଶ ଓ ଉନ୍ନୟନ ପାଇଁ ସମିତି ପକ୍ଷରୁ ସବୁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମ୍ପାଦକ ସଚିନନ୍ଦନ ନାୟକ ପ୍ରକାଶ କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

powered by social2s