କରୋନା ଦ୍ବିତୀୟ ଲହରକୁ ନେଇ ଦେଶରେ କୋକୁଆ ଭୟ । ଏହି ଭାଇରସ୍ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ କାୟା ମେଲାଉଥିବାରୁ ଏହାର ମୁକାବିଲା କରିବା ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଓଡ଼ିଶା ଯଦିଓ କରୋନା ନିୟନ୍ତ୍ରଣରେ ଭଲ ସ୍ତରରେ ଥିଲା କିନ୍ତୁ ଏବେ ଦିନକୁ ଦିନ ସଂକ୍ରମିତଙ୍କ ମାମଲା ବଢ଼ୁଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଆଜି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୨୯ଟି କରୋନା ମାମଲା ଚିହ୍ନଟ ହୋଇଛି । ସେହିପରି ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୨ ଜଣ, ବଲାଙ୍ଗିରରୁ ୫ ଜଣ, କଟକରୁ ୨୩ ଜଣ, ଦେବଗଡ଼ରୁ ୩ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫ ଜଣ, ଭଦ୍ରକରୁ ଜଣେ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୮ ଜଣ, କେନ୍ଦୁଝରରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୨୩ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୮ ଜଣ, ନୂଆପଡ଼ାରୁ ୨୭ ଜଣ, ପୁରୀରୁ ୪ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୨ ଜଣ ଓ ଷ୍ଟେଟ୍ପୁଲରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ଟି କରୋନା ମାମଲା ଚିହ୍ନଟ ହୋଇଛି । ସଙ୍ଗରୋଧ କେନ୍ଦ୍ରରୁ ୯୯ଟି ମାମଲା ଚିହ୍ନଟ ହୋଇଥିଲା ବେଳେ ୭୧ଟି ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି । ରାଜ୍ୟରେ ମୋଟ ସଂକ୍ରମିତକଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬ରେ ପହଞ୍ଚିଛି । ଏବେ ସୁଦ୍ଧା ୩ ଲକ୍ଷ ୩୬ ହଜାର ୨୬୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୦୮ଟି ସକ୍ରିୟ ମାମଲା ରହିଛି ।
କାୟା ଵିସ୍ତାର କରୁଛି କରୋନା; ଓଡ଼ିଶାର ନୂଆପଡ଼ାରୁ ୨୯ ମାମଲା ଚିହ୍ନଟ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

