ଭୟ କରନ୍ତୁ ନାହିଁ, ଓଡ଼ିଶା ସ୍ଥିତି ଭଲ ଅଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିବାରେ ଲାଗିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି କରୋନା ମାମଲା ୨୦୦ ପାର କରିଛି । ତେବେ ଏଥିରେ ଭୟଭୀତ ହେବା କିଛି ଦରକାର ନାହିଁ । ଓଡ଼ିଶାର ସ୍ଥିତି ଠିକ୍ ରହିଛି ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ଏଥିସହ ସେ କହିଛନ୍ତି, ରାଜ୍ୟରେ ୩ଟି ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏମାନେ ଡିସେମ୍ବର ମାସରେ ଓଡ଼ିଶା ଫେରିଥିଲେ । ଏବେ ସେମାନେ ସୁସ୍ଥ ହୋଇଥିବା ବେଳେ କାହାକୁ ସଂକ୍ରମିତ କରି ନାହାନ୍ତି । ଆଇଏଲ୍ଏସ୍ ରେ ୨୨୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତାହା ମାରାତ୍ମକ ନୁହେଁ ବୋଲି ସେ କହିଛନ୍ତି । ଆଜି ରାଜ୍ୟରେ ସମୁଦାୟ ୨୧୪ଟି ନୂଆ କରୋନା ପଜେଟିଭ ମାମଲା ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୬ଟି ଓ ୮୮ଟି ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୩ଟି ମାମଲା ଚିହ୍ନଟ ହୋଇଛି । ଅନୁଗୁଳରୁ ୬, ବାଲେଶ୍ବରରୁ ୧୧, ବରଗଡ଼ରୁ ୧୩, ଭଦ୍ରକରୁ ୪, ବଲାଙ୍ଗିରରୁ ୨୦, ବୌଦ୍ଧରୁ ୨, କଟକରୁ ୨୦, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ୧୦, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୨, ପୁରୀରୁ ୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୨୭ ଓ ଷ୍ଟେଟପୁଲରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି । ୧୧୫୧ଟି ସକ୍ରିୟ ମାମଲା ଥିବା ବେଳେ ଏଯାବତ୍ ୩ ଲକ୍ଷ ୩୬ ହଜାର ୩୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୟ କରନ୍ତୁ ନାହିଁ, ଓଡ଼ିଶା ସ୍ଥିତି ଭଲ ଅଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

