ଜଗତସିଂହପୁରରେ ଶ୍ରୀ ଜଗନ୍ନାଥ ଶୋଭାଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଜଗତସିଂହପୁର: ଆଜି ତା ୨୬.୩.୨୧ ମହାପ୍ରଭୁ  ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଙ୍କ ରଥ ଜଗତସିଂହପୁର ଜିଲ୍ଲାର ହଳଦିଆପଡ଼ା, ଆଲାଣ୍ଡୋ, ଉତରସହି,ମଣିପୁରୀ, ଔରଙ୍ଗାବାଦ,ଗଡ ଖଣ୍ଡାୟତ ଏବଂ ତେନ୍ତୁଳିଆ ଗ୍ରାମ ଗୁଡିକରେ ବୁଲି ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତି ର ପ୍ରଚାର ଓ ପ୍ରସାର କରାଯାଇଥିଲା।

 

ଗ୍ରାମ ଗୁଡ଼ିକର ଶହ ଶହ ମହିଳା ମାନେ ପ୍ରାୟ ୮କିମି ରଥକୁ ଟାଣି ଟାଣି ଆଣି ଶେଷରେ କାକ ମଠରେ ପହଞ୍ଚିଥିଲେ। ରାସ୍ତାରେ ଗ୍ରାମବାସୀ ମାନେ ମୁରୁଜ ଓ ନୂଆ ଶାଢ଼ୀ ପକାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ସହିତ ଭୋଗ ପୂଜା କରିଥିଲେ। ଏହି ଶୋଭାଯାତ୍ରାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡିଶା ଭୁବନେଶ୍ୱର ପକ୍ଷରୁ ଉପଦେଷ୍ଟା ଶ୍ରୀ ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଅଖିଳ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ବାବାଜୀ ବିଶ୍ଵାଳ,ମଧୁସ୍ମିତା ବିଶ୍ଵାଲ, ମନୋରଞ୍ଜନ ମହାନ୍ତି, ଗୌରାଙ୍ଗ ନାୟକ, ରବିନାରାୟଣ କର, ବିପିନ ବାବୁ ଓ ମଙ୍ଗରାଜ ବାବୁ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ଓ ପରେ କାକ ମଠରେ ଭଜନ ପରିବେଷଣ କରିଥିଲେ।

 

ତତ୍ ପରେ ପଣ୍ଡିତ ପ୍ରବାଚକ ଦିବାକର ଦାସ ମାହାପ୍ରାଭୁଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

 

powered by social2s