ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ଆଜିଠୁ ପୁରୀ ଶ୍ରୀମନ୍ଦିରରେ ପ୍ରଚଳନ ହେବ ନୂଆ ପାଞ୍ଜି। ଓଡ଼ିଆ ପାଞ୍ଜି ଗଣନାନୁସାରେ ଆଜି ବର୍ଷ ଆରମ୍ଭର ପ୍ରଥମ ଦିନ। ବର୍ଷ ଆରମ୍ଭ ହେଉଥିବାରୁ ଦେବାଳୟରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା। ଆଜି ମହାବୀର ଜୟନ୍ତୀ ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି କରାଯାଇଛି। ଓଡ଼ିଶାର ବିଭିନ୍ନ ମନ୍ଦିରରେ ଛତୁଆ ଓ ପଣା ଭୋଗ କରାଯାଉଛି। ପ୍ରତ୍ୟେକ ଘରେ ତୁଳସୀ ଚଉରା ଉପରେ ମାଠିଆରେ କଣା କରି ବସାଯିବାର ପରମ୍ପରା ରହିଛି। ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ କେନ୍ଦୁଝର ଘଟଗାଁ ମା ତାରିଣୀଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।
powered by social2s