ଓଡ଼ିଶୀ ଫାଉଣ୍ଡେସନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଓ଼ଲ୍ଡ ଏଜ ହୋମର ବରିଷ୍ଠ ଗୁରୁଜନ ଓ ଅନାଥ ପିଲା ମାନଙ୍କ ସହିତ ପବିତ୍ର ବିଷୁବ ସଂକ୍ରାନ୍ତି ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ପାଳନ ଅବସରରେ ଓଡ଼ିଶୀ ଫାଉଣ୍ଡେସନ ପ୍ରତିଷ୍ଠାତା ସୋନାଲିସା ମହାପାତ୍ର, ଗୀତା ମହିଳା ଫାଉଣ୍ଡେସନ ର ସଂମ୍ପାଦକ ନିରୁପମା ମହାନ୍ତି ଓ ସଭାପତି ବିଳାସିନି ମାଡାମ ଙ୍କ ମିଳିତ ସହଯୋଗ ରେ ଉତ୍କଳ ଗୋପବନ୍ଧୁ ଆଦର୍ଶ ଵୃଦ୍ଧାଶ୍ରମ ରେ ଅବହେଳିତ ବରିଷ୍ଠ ଗୁରୁଜନ ଓ ଛୋଟ ଛୋଟ ପିଲା ମାନଙ୍କ ସହିତ ପାଳନ କରାଯାଇଛି। ପବିତ୍ର ପଣା ସଂକ୍ରାନ୍ତି ଅବସର ରେ ସମସ୍ତଙ୍କୁ ପଣା ପିଇବାକୁ ଦିଆ ଯାଇଥିଲା। ଓଡ଼ିଆ ନୂଆ ବର୍ଷ ପାଳନ ଅବସରରେ ସମସ୍ତଙ୍କୁ ଲୁଗା ଡ୍ରେସ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସୁନିତା ମାଡାମ ଓ ଶ୍ରମିଲି ମାଡାମ ବିଚିତ୍ରାନନ୍ଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେଗୁରୁଜନ ମାନେ ଯେଉଁ ମାନେ ଚଳ ପ୍ରଚଳ କରି ବାକୁ ସକ୍ଷମ ସେମାନେ ଖଟ ରୁ ରାତ୍ରି ରେ ଝାଡା ଓ ପରିସ୍ରା ପାଇଁ ଉଠି କି ନ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେଥିପାଇଁ ସମସ୍ତ ଙ୍କୁ ବେଡ଼ ପ୍ୟାନ, ୟୁରିନାଲ, ସାବୁନ ଡେଟଲ ସହିତ ଦାନ୍ତ ଘଷିବା ପେଷ୍ଟ ଜିଭ ଚିରା ଫିଟିକିରି ମୁଣ୍ଡରେ ଲଗାଇବା ତେଲ ପାନିଆ ପାୱଡର ପ୍ରଭୁତି ଦିଆଯାଇଥିଲା। ଏହା ଦେବାର ଉଦେଶ୍ୟ ରାତିରେ ବୟସ୍କ ଲୋକ ମାନେ ଖଟରୁ ଉଠି ଶୌଚ ହେବାକୁ ଯିବା ବେଳେ ଦୁର୍ଘଟଣା ଘଟିଥାଏ ତେଣୁ ରାତିରେ ତାଙ୍କ ପାଖରେ ଯେଉଁ କୀଟ ଦିଆ ଗଲା ତାକୁ ବ୍ୟବହାର କରିବେ ଏବଂ ସେମାନେ ନିର୍ମଳ ଓ ସଫା ରହିଲେ ନିରୋଗ ମୟ ଓ ସୁସ୍ଥ ରହିବେ। ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶ୍ରୀମୟୀ ମିଶ୍ର ନିବେଦିତା ଶତପଥୀ ପ୍ରଦୀପ୍ତ ପ୍ରଧାନ ଡ଼ ନାରାୟଣ ମହାପାତ୍ର ତ୍ରିଲୋଚନ ନାୟକ ବଜ୍ରାଦିତ୍ୟ ତ୍ରିପାଠୀ ବର୍ଷୀ ପ୍ରିୟଦର୍ଶିନୀ କର ଭାଗ୍ୟଶ୍ରୀ ମାଡାମ ଯୋଗ ଦେଇ ଥିଲେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ସଂମ୍ବର୍ଦ୍ଧିତ କରାଯାଇଥିଲା।

powered by social2s