ଆଜି ଐତିହ୍ୟସ୍ଥଳୀ ଗୁଡ଼ିକରେ ପ୍ରବେଶ ଶୁଳ୍କ ଛାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ବିଶ୍ୱ ଐତିହ୍ୟ ଦିବସ। ଏହି ଅବସରରେ ଓଡ଼ିଶାରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଥିବା ବିଭିନ୍ନ ଐତିହ୍ୟ ସ୍ଥଳୀରେ ଆଜି ଦିନକ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମାଗଣାରେ ଐତିହ୍ୟ ସ୍ଥଳୀ ବୁଲି ପାରିବେ ପର୍ଯ୍ୟଟକ। ଐତିହ୍ୟ ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ହୋଇଥଲା ଐତିହ୍ୟ ପଦଯାତ୍ରା। ଏଥିରେ ବିଭିନ୍ନ ସ୍କୁଲ୍ ର ଛାତ୍ରଛାତ୍ରୀ ସାମିଲ ହୋଇ ବିନ୍ଦୁ ସାଗର ନିକଟରୁ ବାହାରିଥିଲେ ଓ ପର୍ଶୁରାମେଶ୍ଵର ମନ୍ଦିର ପାଖରେ ପହଞ୍ଚିଥିଲେ। ବିଭିନ୍ନ ଐତିହ୍ୟ ସ୍ଥଳୀର ଯତ୍ନ ନେବା ପାଇଁ ଏହି ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।

powered by social2s