ଭୁବନେଶ୍ୱର ଉପକଣ୍ଠରେ ଯୁବକଙ୍କୁ ଗୁଳିମାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଦୀପ୍ତି ରଞ୍ଜନ ମହାପାତ୍ର ଗତକାଲି ବିଳମ୍ବିତ ରାତିରେ ତାଙ୍କ ଭଉଣୀ ଘରୁ ଫେରୁଥିଲେ। ଏହି ସମୟରେ ଦୁଇ ଦୁର୍ବୁତ୍ତ ଏକ ବାଇକ୍ ରେ ଆସି ଗୁଳିମାଡ଼ କରି ଫେରାର ହୋଇଥିବା ସୂଚନା। ଦୀପ୍ତିଙ୍କ ବାମ ହାତରେ ଗୁଳି ବାଜିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପ୍ତି କିଛି ଦିନ ହେବ ଜେଲ୍ ରୁ ଜାମିନରେ ମୁକୁଳିଥିଲେ। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

powered by social2s