ଭୁବନେଶ୍ୱର: ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ଭୁବନେଶ୍ବରରେ ଚଳଚିତ୍ର ‘କେସରୀ ଚାପ୍ଟର ୨ର ସ୍ବତନ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି । ପ୍ରେକ୍ଷାଳୟରେ ମୁକ୍ତିଲାଭ କଲାପରେ ଏହି ଚଳଚିତ୍ରକୁ ଜବରଦସ୍ତ ସଫଳତା ମିଳିଛି । ‘କେସରୀ ଚାପ୍ଟର ୨' ହେଉଛି ଏକ କୋର୍ଟ କୁମ୍ ଡ୍ରାମା ଚଳଚ୍ଚିତ୍ର ଯାହାକି ୧୯୧୯ ର ଜାଲିଆନାୱାଲା ଦାଗ ହତ୍ୟାକାଣ୍ଡ ପରର ଘଟଣାଗୁଡ଼ିକୁ ଦର୍ଶାଉଛି । କାହାଣୀର କେନ୍ଦ୍ରବିନ୍ଦୁ ହେଉଛନ୍ତି ଓକିଲ ସି ଶଙ୍କରମ୍ ନାୟାର, ଯିଏ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟକୁ କୋର୍ଟର କାଠଗଡାକୁ ଟାଣିନେଇଥିଲେ । ସେ ଏହି ସତ୍ୟକୁ ପ୍ରକାଶ କରିବାକୁ ଚାହୁଁଥିଲେ ଯେ ଏହି ହତ୍ୟାକାଣ୍ଡ ମିଛ ନୁହେଁ ବରଂ ଏହା ଏକ ସୁଚିତ୍ତିତ ନରସଂହାର । ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ସୁମନ୍ତ କୁମାର ପଣ୍ଡା, ମନିନ୍ଦୁ ସୁନ୍ଦର ଦାଶ, ଗୋଲଖ ଚନ୍ଦ୍ର ଦାସ, ଜୟକୃଷ୍ଣ ପୃଷ୍ଟି, ଦୁଗ୍ଧଷ କୁମାର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ସ୍ବତନ୍ତ୍ର ପ୍ରଦର୍ଶନରେ ରାଜଧାନୀର ବହୁ ଆଇନଜାବା, ସାମ୍ବାଦିକ, ସ୍ତମ୍ଭଲେଖକ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଭାଗନେଇ କହିଛନ୍ତି କେସରୀ ୨ କେବନ ଏକ ଫିଲ୍ମ ନୁହେଁ ବରଂ ଏକ ଶକ୍ତିଶାଳୀ ନାଟକ – ସମ୍ବେଦନଶୀଳ, ଭାବପ୍ରବଣ, ଉପଙ୍କର ଏବଂ ଜାଲିଆନାଓ୍ବାଲ ବାଗ ଘଟଣାର ଏକ ହୃଦୟ ବିଦାରକ କାହାଣୀ । ଅକ୍ଷୟ କୁମାରଙ୍କ ଅଭିନୟ କୌଣସି ଗୁଣରେ କମ୍ ନୁହେଁ । ତାଙ୍କର ସଂଳାପ ପରିବେଷଣ, ଅଭିନୟ, ଶରୀର ଭାଷା, ଭାବପ୍ରବଣତା, ସବୁକିଛି ଅବିଶ୍ୱସନୀୟ । କାହାଣୀଟି ୧୩ ଏପ୍ରିଲ୍ ୧୯୧୯ରେ ଆରମ୍ଭ ହୁଏ, ଯେଉଁଠାରେ ରାଓଲତ ଆଇନର ପ୍ରତିବାଦ କରିବା ପାଇଁ ଆନ୍ଦୋଳନକାରୀ ଶାନ୍ତିପୂର୍ଣ୍ଣ ଭାବରେ ଅମୃତସରର ଜାଲିଆନାୱଲା ବଗରେ ଏକତ୍ରିତ ହୁଅନ୍ତି । ଜେନେରାଲ ଜାୟାର ତାଙ୍କର ସଶସ୍ତ୍ର ସୈନ୍ୟଙ୍କ ସହିତ ଘଟଣାସୁଳରେ ପହଁଚି କୌଣସି ସୂଚନା ନଦେଇ ନିରସ୍ତ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଅନ୍ତି । ହଜାର ହଜାର ଲୋକଙ୍କ ରକ୍ତରେ ଭାଲ ହୋଇ ଇଠିଲା ଏହି ସ୍ଥାନ । ବ୍ରିଟିଶ ସରକାର ଏଥିପାଇଁ ତଦନ୍ତ କମିଶନ ଗଠନ କରିଛନ୍ତି । କମିଶନରେ ସାର୍ ସି ଶଙ୍କରଣ ନାୟାର (ଅକ୍ଷୟ କୁମାର) ଏକମାତ୍ର ଭାରତୀୟ ଯିଏ କି ବ୍ରିଟିଶ ନ୍ୟାୟ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ବାସ ରଖିଛନ୍ତି । ତଦନ୍ତ ସମୟରେ ବ୍ରିଟିଶ ସରକାର ଏହି ମାମଳା ସହିତ ଜଡିତ ତଥ୍ୟକୁ ଚାପି ଦିଅନ୍ତି । ଯୁବ ବିପ୍ଳବୀ ବାନକ ପରଗତ ସିଂହ (କୃଷ୍ଣ ରାଓ) ଯୋଗୁଁ କାହାଣୀରେ ଏକ ଭିନ୍ନ ମୋଡ଼ ଆସିଛି, ଯାହା ସାର ଦି ଶଙ୍କରଣ ନାୟାରଙ୍କ ଚିନ୍ତାଧାରାକୁ ପରିବର୍ତନ କରିଛି । ନେଭିଲ୍ ମ୍ୟାନକିନଲି (ଆଉ ମାଧବନ) ନାୟାରଙ୍କ ବିରୁଦ୍ଧରେ ଜେନେରାଇ ଡାୟାରଙ୍କ ମମଳା ରହୁଛନ୍ତି । ଏହି ସମୟରେ ଜଣେ ଭାରତୀୟ, ଯିଏ ବ୍ରିଟିଶ ସରକାରଙ୍କ ଚାଟୁକାର (ଅମିତ ସିଆଇ), ସମସ୍ତଙ୍କୁ ନିଜ ତାଳେ ନାବାଉଥୁବାର ଦେଖାଯାଉଛି । ଶଙ୍କରନ୍ ଏବଂ ନେରିଲ୍ଙ୍କ ପୁରୁଣା ସମ୍ପର୍କ ସେମାନଙ୍କ ମଧ୍ୟରେ ନିଆଁକୁ ଆହୁରି ଘିଅ ଜାବୁଛି ଏବଂ ଏହାର ପ୍ରଭାବ କୋର୍ଟରେ ଦେଖାଯାଉଛି । ଏତେ ଦେଖୁଡାକୁ ହେବ ଯେ ଶଙ୍କରନ୍ ନାୟାର ଜାଲିଆନାୱାଲା ହାତରେ ହତ୍ୟା ହୋଇଥୁବା ନିର୍ବୋଷ ଲୋକଙ୍କୁ ନ୍ୟୟ ଦେଇପାରୁଛନ୍ତି କି ନାହିଁ I ଅକ୍ଷୟ କୁମାର ପ୍ରମାଣ କରିଛନ୍ତି ଯେ ଅଭିନୟ ପାଇଁ କୌଣସି ଚୟସ ସୀମା ନାହିଁ । ସେ "ସି ଶଙ୍କରନ୍ ନାୟାର" ଚରିତ୍ରକୁ ବହୁତ ଚମତ୍କାର ଭାବରେ ଅଭିନୟ କରିଛନ୍ତି, ଯାହା ପ୍ରକୃତରେ ପ୍ରଶଂସନୀୟ । ଅନନ୍ୟ ପାଣ୍ଡେ ମଧ୍ୟ ତାଙ୍କ ଚରିତ୍ରରେ ଜୀବରତା ଆଣିଛନ୍ତି । ଯେତେବେଳେ ଆର ମାଧବନ ଫିଲ୍ମରେ "ଆଡଲୋକେଟ୍ ନେଭିଲ୍ ମ୍ୟାକଳିନଲି’ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ କେନେରାଲ୍ ଜାୟରଙ୍କ ପକ୍ଷରୁ କୋର୍ଟରେ ମାମଲା ରହୁଥିଲେ । ମଧବନ ଏହି ଚରିତ୍ରକୁ ନିଜ ଶୈଳୀରେ ବହୁତ ଭଲ ଭାବରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ, ଆପଣ ଦକ୍ଷିଣ ଅଭିନେତ୍ରୀ ରେଳିନା ଜାସାଣ୍ଡ ଙ୍କୁ ସି ଶଙ୍କରନ୍ ନାୟାରଙ୍କ ପତ୍ନୀ ଭୂମିକାରେ ଦେଖିବେ । ଏହି ଚଳଚିତ୍ରର ନିର୍ଦ୍ଦେଶନା କରଣ ସିଂହ ତ୍ୟାଗୀ ଦେଇଛନ୍ତି । ସଙ୍ଗୀତରେ ଶାଶ୍ବତ ସଦେବ ତାଙ୍କର ଯାଦୁ ଦେଖାଇଛନ୍ତି । ମନମୋହନ ପ୍ୟାରିସ, କମଲ ହିର, ଶଶ୍ବତ ସବଦେବ ଏବଂ ଶନୟ କଶ୍ୟପଙ୍କ କଣ୍ଠଦାନ ଆପଣଙ୍କୁ ବିସ୍ମିତ କରିଦେବ । ଏହା ନିଶ୍ଚିତ ଭାବରେ ସଂଗୀତ ପ୍ରେମୀଙ୍କ ପାଇଁ କିଛି ଆନନ୍ଦ ଆଣିଦେବ ।
ଭୁବନେଶ୍ୱରରେ ଚଳଚିତ୍ର ‘କେସରୀ ଚାପ୍ଟର ୨ର ସ୍ୱତନ୍ତ୍ର ପ୍ରଦର୍ଶନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

