ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଜାମ୍ମୁ କାଶ୍ମୀର ଆତଙ୍କୀ ଆକ୍ରମଣରେ ଦେଶର ୧୫ଟି ରାଜ୍ୟର ମୃତକଙ୍କ ନିମନ୍ତେ ଶୋକ ସଭା ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଜାମ୍ମୁ କାଶ୍ମୀର ଆତଙ୍କୀ ଆକ୍ରମଣରେ ଦେଶର ୧୫ଟି ରାଜ୍ୟର ମୃତକଙ୍କ ନିମନ୍ତେ ଶୋକ ସଭା ଅନୁଷ୍ଠିତ ହୋଇଛି। ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ କାର୍ଯ୍ୟକାରୀ ସଦସ୍ୟ ମାନେ ଯୋଗଦେଇ ଏହି ଘଟଣା ପାଇଁ ଉଦବେଗ ପ୍ରକାଶ କରିଥିଲେ ଓ ସରକାର ଙ୍କ ପାଖରେ ଆତଙ୍କୀ ଘଟଣାରେ ସଂଶ୍ଲିଷ୍ଟ ସମସ୍ତ ଦୋଷୀ ମାନଙ୍କ ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏହି ଅବସରରେ ସମସ୍ତେ ଜମ୍ମୁ କାଶ୍ମୀର ପେହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ର ଦୃଢ ଭାଷାରେ ନିନ୍ଦା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଘଟଣାରେ ମୃତ୍ୟୁବରଣ କରିଥିବା ଅମର ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା।

powered by social2s