ସ୍ବତନ୍ତ୍ର ବିଦ୍ୟାଳୟ ଗୁଡ଼ିକର ପରିଚାଳନା ନିମନ୍ତେ କରାଯାଇଥିବା ଆଇନର କିଛି ଧାରରେ ସୁଧାର ଆଣିବା ନିଷ୍ପତ୍ତିକୁ ନିଖିଳ ଉତ୍କଳ ସ୍ବତନ୍ତ୍ର ପରିଚାଳନା ମହାସଂଘର ସ୍ୱାଗତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ନିଖିଳ ଉତ୍କଳ ସ୍ବତନ୍ତ୍ର ବିଦ୍ୟାଳୟ ପରିଚାଳନା ମହାସଂଘର ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ବତନ୍ତ୍ର ବିଦ୍ୟାଳୟ ଗୁଡିକର ପରିଚାଳନା ନିମନ୍ତେ ଯେଉଁ ଆଇନ କରିଥିଲେ ଓ ତାର କିଛି କାର୍ଯ୍ୟ ଧାରାକୁ ଉଲଂଘନ କରିଥିଲେ ତାକୁ ଅର୍ଥ ବିଭାଗର ପରାମର୍ଶ କ୍ରମେ ବର୍ତ୍ତମାନ ଯେଉଁ ସୁଧାର ଆଣିବା ପାଇଁ ଯାଉଛନ୍ତି ତାକୁ ସର୍ବମତରେ ସ୍ବାଗତ କରିବା ସହ ପ୍ରାୟୋଜିତ ନିୟମକୁ ଅତିଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀ ମାଧ୍ୟମରେ ସ୍ବତନ୍ତ୍ର ବିଦ୍ୟାଳୟର କର୍ମଚାରୀମାନେ ଯେଉଁ ଆଶଙ୍କା ଓ ଦ୍ୱନ୍ଦରେ ଅଛନ୍ତି ତାକୁ ତାଙ୍କ ସନ୍ଦେହକୁ ଦୂର କରିବାକୁ ଚାହୁଁଛୁ ବୋଲି ସୂଚନା ଦେଇଛନ୍ତି ମହାସଂଘ ସାଧାରଣ ସମ୍ପାଦକ କେ ଆନନ୍ଦ ରାଓ । ରାଓ କହିଛନ୍ତି ଯେ, ଓଡ଼ିଶାରେ ୧୯୮୫ ମସିହାରେ ସ୍ବତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକାରୀ କରିବା ଆରମ୍ଭ ହେବା ସଂଗେ ସଂଗେ ଏହାର ପରିଚାଳନା ନିମନ୍ତେ ଏକ ନିୟମାବଳୀ ତତ୍କାଳୀନ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଗଲା । ଯାହାକି ୨୦୧୩ ମସିହାରେ ଏହାର ସଂଶୋଧନ ପୂର୍ବର ଅନ୍ୟ ଏକ ଗାଇଡଲାଇନ ପ୍ରସ୍ତୁତ କରାଗଲା ଏବଂ ଶେଷରେ ୨୦୧୩ ମସିହାରେ ବର୍ତ୍ତମାନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କାରଣ ବିଭାଗ ଏକ ସର୍ବୋକୃଷ୍ଟ ଗାଇଡଲାଇନ ଜାରି କଲେ ଏବଂ କାର୍ଯ୍ୟକାରୀ ଆରମ୍ଭ କଲେ। ଉପୋରକ୍ତ ସମସ୍ତ ୧୯୮୫ ଗାଇଡଲାଇନ, ୨୦୧୩ ଗାଇଡ଼ ଲାଇନ ଏବଂ ସର୍ବୋପରି ୨୦୨୨ ଗାଇଡ଼ ଲାଇନରେ ଗୋଟିଏ ହିଁ କଥା ଓଳଲେଖ ରହିଛି ଯେ ବିଦ୍ୟାଳୟର ସମସ୍ତ ଅନୁଦାନ ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କୁ ପ୍ରଦାନ କରାଯିବ ଏବଂ ଏହି ପ୍ରକ୍ରିୟା ୧୯୮୫ ମସିହାରୁ ଚାଲୁ ଆସୁଥୁଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ୨୦୧୨ ମସିହାରୁ ସରକାରୀ ଗାଇଡଲାଇନ କୁ ଉପେକ୍ଷା କରାଯାଇ ରାଜନୈତିକ ହସ୍ତକ୍ଷେପ ବଳରେ କୌଣସି ନ କୌଣସି କାରଣରୁ ଏହାକୁ ସିଧା ସଳଖ ସ୍ୱେଛାସେବୀ ଅନୁଷ୍ଠାନମାନଙ୍କୁ ନଦେଇ ଜିଲ୍ଲା ସ୍ତରରେ ଥିବା DSWO ଓ ପରବର୍ତ୍ତୀ ସମୟରେ DSSO ମାନଙ୍କୁ ଉପୋରକ୍ତ ଉଭୟ ଅନୁଦାନ ପ୍ରଦାନ କରାଗଲା ଯାହାକି ଜିଲ୍ଲା କାର୍ଯ୍ୟାଳୟରୁ ଛାତ୍ର ଛାତ୍ରୀମାନଙ୍କ ରକ୍ଷଣା ବେକ୍ଷଣ ଓ ପରିଚାଳନା ଅନୁଦାନକୁ ପୁଣି ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କୁ ସ୍ଥାନାନ୍ତର କରାଯାଉଛି ଓ କର୍ମଚାରୀମାନଙ୍କ ଦରମା ଅନୁଦାନକୁ କର୍ମଚାରୀମାନଙ୍କୁ ପଠା ଯାଉଥିଲା । ଦୀର୍ଘ ବାର ବର୍ଷ ହେଲା ଏହି ଅନିୟମିତତା ଚାଲିବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏହି ବ୍ୟତିକ୍ରମକୁ ଜାଣିପାରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ନିର୍ଦେଶ ଦେଲେ ଯେ ପୂର୍ବର ବ୍ୟତିକ୍ରମକୁ ଅତିଶୀଘ୍ର ସଂଶୋଧନ କରି ଏଥିରେ ସ୍ବଛତା ଆଣିବା ଦରକାର ଓ ମୂଳରୁ ଚାଲି ଆସୁଥିବା ଏବଂ ଗାଇଡଲାଇନ ରେ ଥିବା ନିର୍ଦେଶକୁ ଅତିଶୀଘ୍ର ପାଳନ କରାଯିବ। କର୍ମଚାରୀମାନେ ସେମାନଙ୍କ ଦରମା ସଠିକ ଭାବରେ ଓ ନିୟମିତ ଭାବରେ ପାଉଛନ୍ତି ନା ନାହିଁ ଅନୁଷ୍ଠାନ ମାନେ ଏଥିରେ କିଛି ବ୍ୟତିକ୍ରମ କରୁଛନ୍ତି କି ନାହିଁ ତାକୁ ଉଭୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଅର୍ଥ ବିଭାଗ ମିଳିତ ଭାବେ ତଦାରଖ କରି ପାରିବେ ଯାହାକି ବର୍ତ୍ତମାନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଳନ କରିବାକୁ ସ୍ଥିର କରିଛନ୍ତି । ଯାହାକୁ ଆମେ ମହାସଂଘ ତରଫରୁ ସ୍ବାଗତ କରିବା ସହ ତାହାକୁ ଅତିଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଅନୁରୋଧ କରୁଛୁ । ଦ୍ଵିତୀୟରେ କର୍ମଚାରୀମାନଙ୍କ ବିଷୟରେ ଏତିକି କହିବୁ ସେମାନେ ଅନୁଷ୍ଠାନର କର୍ମଚାରୀ ହୋଇଥିଲେ, ଅନୁଷ୍ଠାନର କର୍ମଚାରୀ ହେଇ ଅଛନ୍ତି, ଅନୁଷ୍ଠାନର କର୍ମଚାରୀ ହୋଇ ରହିବେ । ଏବେ ସରକାର ଯେଉଁ ସଂଶୋଧନ ଆଣିବା ପାଇଁ ଯାଉଛନ୍ତି ନିଯୁକ୍ତି ପାଇବା ସମୟରେ ମଧ୍ୟ ସରକାରୀ ନିୟମରେ ଏହା ହିଁ ଥିଲା ଓ ଏବେ ବି ଏହା ହିଁ ଅଛି । ଏହାଦ୍ବାରା ସେମାନଙ୍କ କାର୍ଯ୍ୟକାଳ କିମ୍ବା ସେମାନଙ୍କ ଦରମା ପ୍ରଣାଳୀ କିମ୍ବା ସେମାନଙ୍କ ପଦୋନ୍ନତି ଇତ୍ୟାଦିରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ରାଓ ପ୍ରକାଶ କରିଛନ୍ତି।

powered by social2s