ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଏକ +2 ଆବାସିକ କଲେଜରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସଂକ୍ରମିତଙ୍କ ମଧ୍ୟରେ ଜଣେ ଅଧ୍ୟାପିକା ଥିବା ସୂଚନା। ଜିଲ୍ଲାର ଭବାନୀପାଟଣା ସ୍ଥିତ ପ୍ରଗତି କଲେଜ ପରେ ଏହା ଦ୍ୱିତୀୟ କଲେଜ ଯୋଉଠି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ପୁରୀ ସଦାଶିବ ରାଷ୍ଟ୍ରୀୟ ସଂସ୍ଥାନରେ ଜଣେ ଅଧ୍ୟାପକ କରୋନା ପଜେଟିଭ ହୋଇଛନ୍ତି। ସଂସ୍ଥାନ ପରିସରକୁ ବିଶୋଧନ କରାଯାଇଛି ଓ ପାଠପଢା ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ ରଖାଯାଇଛି। ସଂସ୍ଥାନକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।
powered by social2s

