ବାଜିଲା ଯୁଦ୍ଧ ସାଇରନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ଭୁବନେଶ୍ୱର ସମେତ ଓଡ଼ିଶାର ୧୨ଟି ଜିଲ୍ଲାରେ ବାଜିଲା ଯୁଦ୍ଧ ସାଇରନ। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ଗୋପାଳପୁର, ପାରାଦୀପ, କେନ୍ଦ୍ରାପଡ଼ା, ଧାମରା, ଭଦ୍ରକ, ସମ୍ବଲପୁର, ତାଳଚେର, ହୀରାକୁଦ, ଢେଙ୍କାନାଳ ଓ ଚାନ୍ଦିପୁରରେ ହୋଇଛି ମକ୍ ଡ୍ରିଲ। ଭୁବନେଶ୍ୱର ରାଜମହଲ ଛକରେ ଆତ୍ମରକ୍ଷା ପାଇଁ କୌଶଳ ପ୍ରଦାର୍ଶନ କରାଯାଇଛି। ସୁରକ୍ଷିତ ସ୍ଥାନକୁ ଚାଲଯିବାକୁ ଓ ବୋମା ବର୍ଷଣ ବେଳେ କଣ କରିବେ ସେ ନେଇ ଜନସାଧାରଣଙ୍କୁ ଦିଆଯାଇଛି ପରାମର୍ଶ। ପୋଲିସ, କୋଷ୍ଟ ଗାର୍ଡ, ଅଗ୍ନିଶମ ବାହିନୀ ଓ ଏନ ସି ସି ମକ୍ ଡ୍ରିଲରେ ସାମିଲ ଥିଲେ। ଦେଶର ୨୪୪ ଜିଲ୍ଲାରେ ହୋଇଛି ମକ୍ ଡ୍ରିଲ।

powered by social2s