ଆନ୍ତର୍ଜାତୀୟ ଇଜିପ୍ଟ ଇଣ୍ଟରନେସନାଲ ଅନୁଷ୍ଠାନ ପକ୍ଷରୁ ସମାଜ ମଙ୍ଗଳ କାର୍ଯ୍ୟ ପାଇଁ ଡ ନାରାୟଣ ମହାପାତ୍ରଙ୍କୁ 'ସମ୍ମାନ ସୂଚକ ଡକ୍ଟରେଟ ଉପାଧି' ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆନ୍ତର୍ଜାତୀୟ ଇଜିପ୍ଟ ଇଣ୍ଟରନେସନାଲ ଅନୁଷ୍ଠାନ ପକ୍ଷରୁ ସମାଜ ମଙ୍ଗଳ କାର୍ଯ୍ୟ ରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ନାରାୟଣ ମହାପାତ୍ରଙ୍କୁ "ସମ୍ମାନ ସୂଚକ ଡକ୍ଟରେଟ ଉପାଧି" ରେ ସମ୍ଵର୍ଦ୍ଧିତ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ସମାଜରେ ବରିଷ୍ଠ ନାଗରିକଙ୍କ ଓ ଛୋଟ ଅନାଥ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇଥାଏ। ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ ଓ ବହୁ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି । ଏହି ଡ଼କ୍ଟରେଟ ସମ୍ମାନ ନିମନ୍ତେ ତାଙ୍କୁ ଉପଯୁକ୍ତ ଭାବି ପ୍ରଦାନ କରିଥିବାରୁ ଡ଼ ମହାପାତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

powered by social2s