ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ହେଡକ୍ୱାଟରର ବିଦ୍ୟୁତ ଅଫିସ ଆଗରେ ଧାରଣ ଦେବ କଂଗ୍ରେସ।
ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ୫ ଦିନ ଧରି ହେବାକୁ ଥିବା ଏହି ଧାରଣାର ପ୍ରଥମ ଦିନରେ ଜିଲ୍ଲା ହେଡକ୍ୱାଟର ରେ ଥିବା ବିଦ୍ୟୁତ ଅଫିସର ସମ୍ମୁଖରେ ୪ଘଣ୍ଟା ଧାରଣାରେ ବସିବ କଂଗ୍ରେସ।
ସେହିଭଳି ଦ୍ୱିତୀୟ ଓ ତୃତୀୟ ଦିନରେ ଯଥାକ୍ରମେ ବ୍ଳକ ବିଦ୍ୟୁତ କାର୍ଯ୍ୟାଳୟ ଏବଂ ଓଡିଶା ବିଦ୍ୟୁତ ନିୟାମକ ଆଗରେ ଧାରଣ ଦିଆଯିବ।
ଚତୁର୍ଥ ଦିନରେ ସବୁ ସହର ଓ ନଗର ମାନଙ୍କରେ ମହମବତୀ ଶୋଭାଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଛି।
ପଞ୍ଚମ ତଥା ଶେଷ ଦିନରେ ସନ୍ଧ୍ୟା ୭ଟାରେ ରାଜ୍ୟ ବାସୀଙ୍କୁ ଅଧଘଣ୍ଟା ପାଇଁ ବିଦ୍ୟୁତ କାଟିବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି।
powered by social2s

