ଭୁବନେଶ୍ୱର: ଭାରତୀୟ କମ୍ପାନୀ ସଚିବ ପ୍ରତିଷ୍ଠାନ ର ଓଡ଼ିଶା ଶାଖା ଦ୍ଵାରା କମ୍ପାନୀ ସଚିବ ମାନଙ୍କର ଦ୍ଵିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ମେ ୧୪ ତାରିଖ ଦିନ ଭୁବନେଶ୍ଵର ସ୍ଥିତ ହୋଟେଲ ମେ ଫେୟାର ଠାରେ ଉତ୍ଥାନ 'Role Of CS Beyond Corporate Boundaries' ଶୀର୍ଷକ ରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଏବଂ ବୈଷ୍ୟୟିକ ଶିକ୍ଷା ବିଭାଗର ର ରାଜ୍ୟ ମନ୍ତ୍ରୀ (ସ୍ଵାଧୀନ) ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଦେଶ ବିକାଶରେ କମ୍ପାନୀ ସଚିବ ମାନକର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ. ଏଥିସହିତ ବରେଣ୍ୟ ମୁଖ୍ୟ ମନ୍ତ୍ରୀ ଙ୍କର ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଅଭିଯାନ ରେ ସାମିଲ ହୋଇ ଦେଶ ଏବଂ ରାଜ୍ୟ କୁ ବିକାଶ ପଥରେ ଅଗ୍ରସର କରିବାରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବା ନିମନ୍ତେ ଆହ୍ଵାନ ଦେଇ ଥିଲେ. ତତ୍ ସହିତ MSME କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ସେହିପରି ସମ୍ମାନିତ ଅତିଥି ଭାବେ ଓଡ଼ିଶା ତାପଜ ବିଦ୍ୟୁତ୍ ନିଗମ ର ଅର୍ଥ ନିର୍ଦ୍ଦେଶକ ଶ୍ରୀ ଗଗନ ବିହାରୀ ସ୍ୱାଇଁ ଯୋଗ ଦେଇ କମ୍ପାନୀ ସଚିବ ମାନଙ୍କର କର୍ପୋରେଟ GOVERNANCE କ୍ଷେତ୍ରରେ ଉଲ୍ଲେଖ ନୀୟ ଅବଦାନ ନିମନ୍ତେ ସାଧୁବାଦ୍ ଜଣେଇ ଥିଲେ ଏବଂ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ଏଥିରେ PROFESSIONAL ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। . ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାନର ପୂର୍ବ କ୍ଷେତ୍ର ର ଅଧ୍ୟକ୍ଷ ଶ୍ରୀ ଅନୁଜ୍ ଶାରଶ୍ଵତ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୌମ୍ୟ ସୁଜିତ୍ ମିଶ୍ର, କମ୍ପାନୀ ସଚିବ ସଂସ୍ଥାନ ର ଭୁବନେଶ୍ଵର ଶାଖାର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ପଣ୍ଡା, ଉପାଧ୍ୟକ୍ଷ ଶ୍ରୀ ଶ୍ରିମନ୍ତ ବାବୁ, ସମ୍ପାଦକ ନୀଳକଂଠ ସାମଲ ପ୍ରମୁଖ ଅଭିଭାଷଣ ପ୍ରଦାନ କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାନ ର ପୂର୍ବତନ ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ନାୟକ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ମିଶ୍ର, ଶ୍ରୀ ରୁଦ୍ରମାଧବ ସାହୁ, ବିମଳ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ପାଣିଗ୍ରାହି କର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଉକ୍ତ କର୍ମଶାଳା ରେ ହାରାହାରି ୨୦୦ ଜଣ କମ୍ପାନୀ ସଚିବ ଯୋଗ ଦେଇଥିଲେ। ଏଥିରେ କମ୍ପାନୀ ଆଇନ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋଚନା କରା ଯାଇଥିଲା । ଉକ୍ତ କର୍ମଶାଳା ରେ ବରିଷ୍ଠ କମ୍ପାନୀ ସଚିବ ଶ୍ରୀ ଦେବାଶିଷ ପାଣିଗ୍ରାହି, ସର୍ବୋଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଶ୍ରୀ ସତ୍ବିନ୍ଦର୍ ସିଂ, Executive Director and Global CFO ଶ୍ରୀମତୀ ପ୍ରିୟଙ୍କା ଗଠାନି, କମ୍ପାନୀ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରମୁଖ ଯୋଗଦେଇ ଉପସ୍ଥିତ କମ୍ପାନୀ ସଚିବ ମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି s Session Moderator ଭାବେ CS Saroj kumar Ray, ଶ୍ରୀ ବିଶ୍ୱଜିତ୍ ମହାପାତ୍ର ଏବଂ ଶ୍ରୀମତି ସୁଜାତା ସରକାର କର୍ମଶାଳା ର ବିଭିନ୍ନ ବିଷୟ ଆଲୋଚନା ରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଶାଖା ତରଫରୁ ଏକ ସ୍ମରଣିକା ଉନ୍ମୋଚନ କରା ଯାଇଥିଲା ।
କମ୍ପାନୀ ସଚିବ ମାନଙ୍କର ଦ୍ଵିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ଅୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

