ଭୁବନେଶ୍ୱର: ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଅଧୀନରେ ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଗୁଡ଼ିକର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରଦେଶ ସ୍ତରରେ ପ୍ରଥମ ୧୦ଟି ସ୍ଥାନରେ ଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୧୮ ମେ ୨୦୨୫ (ରବିବାର) ଦିବା ୧୦.୩୦ ଘଟିକା ସମୟରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵର ପରିସରରେ ସମ୍ବଦ୍ଧିତ କରାଯାଇଛି। ଉକ୍ତ ଉତ୍ସବରେ ମଞ୍ଚାସୀନ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ବିଦ୍ୟା ଭାରତୀ ଅତ୍କଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଶ୍ରୀମାନ୍ ଗୋବିନ୍ଦଚନ୍ଦ୍ର ମହାନ୍ତ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵରର ଅଧ୍ଯକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏବଂ ଅଧ୍ଯକ୍ଷ ଭାବେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି ଡ. କିଶୋରଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ୫୮୪ ନମ୍ବର ରଖୁ ଓଡ଼ିଶାର ଯୁଗ୍ମ ଟସର ହୋଇଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବରଗଡ଼ (ଓଡ଼ିଆ ବିଭାଗ)ର ଛାତ୍ରୀ ସୁଶ୍ରୀ ବବିତା ରଥ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁଳସୀପୁର, କଟକର ଛାତ୍ର ଶ୍ରୀମାନ୍ ଚନ୍ଦନ କୁମାର ମହାନ୍ତ ସମେତ ଅନ୍ୟ ସମସ୍ତ ମେଧାବୀ ଛାତ୍ରଛାତ୍ରୀ, ସେମାନଙ୍କର ମାତାପିତା ଓ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟମାନଙ୍କୁ ସମ୍ବଦ୍ଧିତ କରିଥିଲେ। ୬୦%ରୁ ଅଧିକ ନମ୍ବର ରଖୁ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଥିବା ଶିଶୁ ବିଦ୍ୟା ମନ୍ଦିରଗୁଡ଼ିକୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ଡ. ଆନନ୍ଦ ରାଓ ପାରଧୀ, ପୂର୍ବ କ୍ଷେତ୍ର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ୍ ଦିବାକର ଘୋଷ ଏବଂ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସମ୍ପାଦକ ଡ. ସରୋଜ କୁମାର ହାତୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନ ସମ୍ପାଦକ ଶ୍ରୀମାନ୍ ତାରକଦାସ ସରକାର ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ପୂର୍ବ ସମ୍ଭାଗ ସମ୍ପାଦକ ଶ୍ରୀ ପଙ୍କଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।
ଶିକ୍ଷା ବିକାଶ ସମିତି ଓଡ଼ିଶା ପକ୍ଷରୁ ମେଧାବୀ ଅଭିନନ୍ଦନ - ୨୦୨୫
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

