କୋରାପୁଟ : ନୂଆପଡା ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଁ ତାରିଣୀ ସାହିତ୍ୟ ସଂସଦ ପକ୍ଷରୁ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଆୟୋଜିତ କବିତା ଲିଖନୀ ପ୍ରତିଯୋଗିତାରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି lଏହି ଅନୁଷ୍ଠାନ ତରଫରୁ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ କବିତା ଶୀର୍ଷକ "ସାବିତ୍ରୀ ବ୍ରତ" ଆସର ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪0 ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ନିଳାଞ୍ଚଳ ମୁନି, ପ୍ରତିଷ୍ଠାତ୍ରୀ କୋଶଲୀ କୁଇନ୍ ମୀରା ବାଇ ପାଣିଗ୍ରାହୀଙ୍କ ସହ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଆଭାସୀ ଜରିଆରେ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇଅଛନ୍ତି l ଲେଖନୀ ପ୍ରତିଯୋଗୀତାରେ ଭାଗ ନେଇ ଅନୁଷ୍ଠାନ ତଥା ଅଞ୍ଚଳର ନାମକୁ ଗୌରବାନ୍ନିତ କରିଥିବାରୁ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ ପ୍ରତିଭାକୁ ସମ୍ମାନ ପ୍ରଦାନ ସ୍ୱରୂପ ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିବା ଦେଖିବାକୁ ମିଳିଅଛି l ଏହି ଅବସରରେ ଯୁବ ଅଧ୍ୟାପକ ତ୍ରିନାଥ ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ତାଙ୍କର ପ୍ରତ୍ୟେକ ସଫଳତାର ଶ୍ରେୟ ସେ ତାଙ୍କ ଧର୍ମପତ୍ନୀ ନିତୁ(ଗେଲି)ଙ୍କୁ ପ୍ରଦାନ କରିବାକୁ ଚାହୁଁଥିବା ସୂଚନା ମିଳିଅଛି l
ମାଁ ତାରିଣୀ ସାହିତ୍ୟ ସଂସଦ ଅନୁଷ୍ଠାନର ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ କବିତା ଲିଖନ ପ୍ରତିଯୋଗୀତା "ସାବିତ୍ରୀ ବ୍ରତ" ରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ସମ୍ମାନିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s