ଭୁବନେଶ୍ୱରରେ ବୋମାମାଡ଼, ଜଣେ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ବୋମାମାଡ଼ ହୋଇ ଜଣେ ଆହତ ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସ୍ଥାନୀୟ ଏଆର ଫିଲଡ଼ ଥାନା ଅନ୍ତର୍ଗତ ସୁନ୍ଦରପଦା, ଆଜାଦ ନଗରରେ ଦୁଇ ଗୋଷ୍ଟିଙ୍କ ମଧ୍ୟରେ ସଂଘର୍ଷ ଘଟି ବୋମାମାଡ଼ ହୋଇ ଜଣେ ଆହତ ହୋଇଛନ୍ତି। ଖବର ପାଇ ଏୟାର ଫିଲଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ପକ୍ଷରୁ ଥାନାକୁ ନେଇଥିବା ଜଣାପଡ଼ିଛି।

powered by social2s