ଭୁବନେଶ୍ୱର: ତା୧.୪.୨୧ ଉତ୍କଳ ଦିବସ ଅବସର ରେ ଦୁର୍ଗାପୂଜା ମଣ୍ଡପ, ସହିଦନଗର ଠାରେ ସମସ୍ତେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରି ଆଜିର ଦିବସକୁ ପାଳନ କରିଥିଲେ। ତତ୍ ପରେ ମା ଦୁର୍ଗାଙ୍କ ବାସନ୍ତୀ ପୂଜା ବିଷୟ ରେ ଆଲୋଚନା କରାଯାଇ ପୂର୍ବବର୍ଷ ଭଳି ଯେପରି କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି କରାଯିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ମନ୍ଦିରର ପରିଚାଳନା ନିମନ୍ତେ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇ ସମାଧାନ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା, ଆଜିର କାର୍ଯ୍ୟକ୍ରମରେ ଡ ଜଗନ୍ନାଥ ମହାପାତ୍ର, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ସଭାପତି ଶ୍ରୀ ସଚ୍ଚିଦାନନ୍ଦ ରଥ, ସଂଗ୍ରାମକୁମାରରଥ,ହେମନ୍ତ କୁମାର ପରିଡ଼ା, କୋଷାଧ୍ୟକ୍ଷ ଶ୍ରୀ ହରିଶ ପ୍ରସାଦ ରଥ, ଉପ ସଭାପତି ଶ୍ରୀ ଉମାନାଥ ମିଶ୍ର, ଗୋପାଳ ମହାନ୍ତି, ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ, ମହେନ୍ଦ୍ର ତ୍ରି ପା ଠୀ, ସୁଦ୍ରସନ ସାହୁ, ଲଲିତ ମୋହନ ପଣ୍ଡା, ଲଲିତ କୁମାର ଖୁଣ୍ଟିଆ, ହେମନ୍ତ କୁମାର ମଲିଆ, ସରୋଜ ପାତ୍ର, ରାଜେଶ ପାତ୍ର, କୁବେର ସାହୁ, ଶରତ ବେହେରା, ସୁନିଲ ସାହୁ, ସୁଶାନ୍ତ ଦାସ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଉତ୍କଳ ଦିବସ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

