ଭୁବନେଶ୍ୱର: ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୫ଟି ପ୍ରସ୍ତାବରୁ ୪ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ଦିଆଯାଇଛି ମଞ୍ଜୁରୀ। ଜୈବ ପ୍ରଯୁକ୍ତି ବିଜ୍ଞାନ ପାଇଁ ୫ ବର୍ଷରେ ବ୍ୟୟ ହେବ ୧୧୧୩ କୋଟି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬ ହଜାର ଶହେ କୋଟି ମଞ୍ଜୁର ହୋଇଛି। ଛେଳିଗଡ଼ ଜଳସେଚନ ପ୍ରକଳ୍ପ କଂକ୍ରିଟ ଡ୍ୟାମ୍ ପାଇଁ ଖର୍ଚ୍ଚ ହେବ ୧୫୧ କୋଟି ଟଙ୍କା। ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ସରକାରୀ ଜମି ପାଇଁ ୨ କୋଟି ୬୦ ଲକ୍ଷ ଛାଡ଼ କରାଯାଇଛି।
powered by social2s