ଭୁବନେଶ୍ଵର: ଶ୍ରୀଜଗନ୍ନାଥ ଭକ୍ତ ସମାଜ କଟକ ଆନୁକୂଲ୍ୟରେ ନେପାଳ କାଠମାଣ୍ଡୁ ସ୍ଥିତ ଶୈବପୀଠ ଶ୍ରୀପଶୁପତି ନାଥଙ୍କ ପୂର୍ବ ଦ୍ୱାର ପଶୁପତି ଭିୟୁ ହୋଟେଲ ସଭାଗୃହରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୩ ତାରିଖ ମଙ୍ଗଳବାର ଠାରୁ ଭଗବାନ ବେଦ ବ୍ୟାସ କୃତ ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ପାରାୟଣ ସହିତ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ପଶୁପତିନାଥ ମନ୍ଦିରର ପୂର୍ବତନ ମୁଖ୍ୟ ପ୍ରସାଶକ ସର୍ବଶ୍ରୀ ଉପେତ୍ରୀ ଏବଂ ମୁଖ୍ୟ ପୂଜକ ଗଣେଷ ଭଟ୍ଟ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶ୍ରୀଯୁକ୍ତ ରମେଶ ମହାଶୟ ନେପାଳ ଓ ନୀଳାଚଳ ର ସମ୍ପର୍କ ଏବଂ ନେପାଳ ମହାରାଜ ଙ୍କ ପୁରୀ ଶ୍ରୀ ମନ୍ଦିର ଥିବା ଅଧିକାର ସମ୍ପର୍କ ରେ ବିଷଦ ଆଲୋଚନା କରି ଥିଲେ, ପୂଜ୍ୟ ବାବା ସତ୍ୟାନନ୍ଦ ଦାସ ମହାରାଜ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଲକ୍ଷେ ଶାଳଗ୍ରାମ ରହିବା କିମଦନ୍ତି ସହ ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗ ରେ ଲାଗି ହେଉଥିବା କସ୍ତୁରୀ ନେପାଳ ରାଜାଙ୍କ ଅବଦାନ ସମ୍ପର୍କରେ ଆଲୋକ ପାତ କରି କରିଥିଲେ। ପରେ ପରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ଆଧାର କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମହିମା ର ପ୍ରବଚନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କଟୁ ନିବାସୀ ସୁଜିତ କୁମାର ସାହୁ ସୌରୀ ଟୁର ଆଣ୍ଡ ଟ୍ରାଭେଲ ପରିଚାଳନା କରିଥିବା ବେଳେ ଶ୍ରୀଜଗନ୍ନାଥ ଭକ୍ତ ସମାଜ କଟକର କାର୍ଯ୍ୟକାରୀ ସଭାପତି ଇଁ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀ ଭାଗିରଥି ସାହୁ ପଣ୍ଡିତ ଦେବଦତ୍ତ ଦାଶ ବିଷ୍ଣୁ ନାରାୟଣ ପାଢ଼ୀ ପ୍ରମୁଖ ସତସଙ୍ଗ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମା ଶାରଳାଙ୍କ ପୂଜା ପଣ୍ଡା ସେବକ ପ୍ରମୋଦ କୁମାର ପଣ୍ଡା ବିଶ୍ୱନାଥ ରାଉଳ ନନ୍ଦକେଶ୍ୱରଙ୍କ ପୂଜକ ଅଟଳ ବିହାରୀ ପାଢ଼ୀ ଓଡିଶା ବିଧାନସଭାର ପୂର୍ବତନ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ରାୟଗଡା ର ଗଙ୍ଗାଧର ରଥ ଓ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଭକ୍ତ ଯୋଗଦାନ କରିଥିଲେ।
ନେପାଳରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s