ଭୁବନେଶ୍ୱର : ଅଲ ଓଡିଶା ଟ୍ରକ ମାଲିକ ମହାସଂଘର ରାଜ୍ୟ ସଭାପତି ଶ୍ରୀ ପୁରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କହିଥିଲେ | ମା ଙ୍କ ନାଁ ରେ ଗଛ ଟିଏ ନାମରେ ଏକ ହଜାର ବୃକ୍ଷ ରୋପଣ ରାଜ୍ୟର ବିଭିର୍ଣ୍ଣ ଜିଲ୍ଲାରେ ଆରମ୍ଭ କରାଗଲା ଆଜି ପ୍ରାୟ ୩୦୦ ବୃକ୍ଷ ରୋପଣ କରାଗଲା| ସିନ୍ଦୁର, ଜାମ୍ମୁ, ବଉଳ, ଆମ୍ବ, ପିଜୁଳି, ଔ ଇତ୍ୟାଦି ଚାରା ମାନ ରୋପଣ କରାଗଲା| ନିଖିଳ ଓଡିଶା ମିନି ଟ୍ରକ ମାଲିକ ମହାସଂଘ ସଭାପତି ଗଣେଶ ମାହାରୀ, ବି ଏମ ସି ୱାର୍ଡ ୧୧ କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ| ଉପଦେଷ୍ଟା ମଣ୍ଡଳୀ ନିଜ ନିଜ ଅଞ୍ଚଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାପକ ରୂପେ ଚାରା ରୋପଣ କରିବେ ବୋଲି ଜଣାଇଥିଲେ|ସମ୍ପାଦିକା ପରବିନ,ସମ୍ପାଦକ ଏସକେ ଅହମଦ ଚିଷ୍ଟି, ଉପସଭାପତି ଫିରୋଜ ଖାନ, ଟ୍ରେଜରର ତପନ ବେହେରା, ଜହର ଅଲ୍ଲୀ ଖାନ, ମୁକୁନ୍ଦ ନାଥ, ଇମ୍ରାନ ଖାନ, ଦୀନା ନାଥ ସାଓ, ଲଷ୍ମୀଧର ନାୟକ, ରଶ୍ମି ରଞ୍ଜନ ବାରିକ, ରଜତ ବେଉରା, ଜିତେନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ରାୟ, ବିରେନ ସାହୁ, ଗୋବିନ୍ଦ ଖିଲାର, ଅବଦୁଲ ୱହିଦ, ସନ୍ତୋଷ ସାହୁ, ସତ୍ୟଜିତ ବିଶ୍ୱାଳ, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମକୁ ବୋହୁ ଜର୍ମଚାରି ଇତ୍ୟାଦି ସହଯୋଗ କରିଥିଲେ |
ଅଲ ଓଡିଶା ଟ୍ରକ ମାଲିକ ମହାସଂଘ ପକ୍ଷରୁ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s