ଯଦି ଦୁର୍ନୀତି କରିବ ଜେଲ୍ ଯିବ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଯଦି ଦୁର୍ନୀତି କରିବ, ଜେଲ୍ ଯିବ। ଏହା ବ୍ୟତିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଏହାକୁ ସୁନିଶ୍ଚିତ କରିଛନ୍ତି ଓଡ଼ିଶା ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ବର୍ଷକର ରିପୋର୍ଟ କାର୍ଡ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଚଳିତ ବର୍ଷ ୪୦ ହଜାର ନିଯୁକ୍ତି ପ୍ରଦାନ କରିବୁ ଓ ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବା ଲକ୍ଷ ରହିଛି। ବର୍ଷକରେ ୨୮ ହଜାର ସରକାରୀ ପଦବୀ ପୂରଣ କରିଛୁ।" ଆଉ ୨ ଦିନ ପରେ ଆମ ସରକାରକୁ ବର୍ଷେ ପୂରିବ। ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ। ୨୦୩୬ ମସିହା ପାଇଁ ୩୬ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ବିଷୟରେ ଜଣାଇବୁ। ଦେଶର ସର୍ବଶେଷ୍ଠ ୫ ରାଜ୍ୟ ଭିତରେ ସ୍ଥାନିତ ହେବ ଓଡ଼ିଶା। ଓଡ଼ିଶାକୁ ୫ ନିୟୁତ ଆମେରିକୀୟ ଡଲାରର ଅର୍ଥନୀତି କରିବୁ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

powered by social2s