ନିଶା ଦେଇ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନିଶା ଦେଇ ଦୁଇ ଯୁବକ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଏକ ଆପାର୍ଟମେଣ୍ଟରେ କାମ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବାଙ୍ଗୀୟ ଯୁବକ ତାଙ୍କୁ ନିଶା ଦେଇ ଏକ ସ୍କୁଟରରେ ନେଇଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଛି। ଦୁଇ ଯୁବକ ଖଣ୍ଡଗିରି ଥାନାରେ ଅଟକ ଥିବା ସୂଚନା।

powered by social2s