ରଜ ର ଅନ୍ତିମ ଦିନରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବର୍ଗ ରେ ନିଜକୁ ପ୍ରତିଷ୍ଠିତ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ରଜ ର ଅନ୍ତିମ ଦିନରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବର୍ଗ ରେ ନିଜକୁ ପ୍ରତିଷ୍ଠିତ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆମ ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ହେଉଛି ଆମ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରମୁଖ କର୍ତ୍ତବ୍ୟ । ମା ଭବାନୀ ଙ୍କ କୃପାରୁ ଆମ୍ଭେ ମାନେ ପ୍ରତେକ ମାସରେ କିଛି ନା କିଛି ସେବା ମୂଳକ କାର୍ଯ୍ୟକ୍ରମ କରିଥାନ୍ତ ଟ୍ରଷ୍ଟ ର ସଦସ୍ୟ ମାନେ। ଅବହେଳିତ ବରିଷ୍ଠ ଗୁରୁଜନ ଓ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟକ୍ରମ କରାଯାଇଥାଏ। ଅବହେଳିତ ବ୍ୟକ୍ତି ଓ ଛୋଟ ପିଲା ମାନଙ୍କ ସଙ୍ଗେ କିଛି ଖୁସି ସମୟ କାଟିଥାନ୍ତି। ଏହି ଅବସରରେ ଓଡ଼ିଆ ସଂସ୍କୃତି ର ସେହି ପାରମ୍ପରିକ ରଜ ପ୍ରଚାର ଓ ପ୍ରସାର ନିମନ୍ତେ ମହୋତ୍ସବକୁ ପାଳନ କରିବା ଅବସରରେ ଜୟ ମା ଭବାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷର ଭୁବନେଶ୍ୱର ଠାରେ ଟ୍ରଷ୍ଟ ର ରଜ ଉତ୍ସବ ର ଅନ୍ତିମ ଦିନ ପାଳନ ଅବସରରେ ପ୍ରବକ୍ତା ଶ୍ରୀମତି ଆରତି କର, ଭଜନ ଗାୟକ ଭାରତୀ ଭୂଷଣ ପଟ୍ଟନାୟକ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ସାହିତ୍ୟିକ ବିରଜା ଶତପଥୀ, ସାମ୍ବାଦିକ ଗଙ୍ଗାଧର ରଥ ଓ ଆୟୁଷ୍ମାନ ଭାରତ ଉଦୟ ସିଂ କୁ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଓଡିଶା ର ଦୁଇ ଜଣ ବର ପୁତ୍ର ଶ୍ରୀଯୁକ୍ତ ଶଙ୍କର୍ଷଣ ମଙ୍ଗରାଜ ଦାଶ, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଜଣେ ଅନନ୍ୟ କଥା ବାଚକ ଓ ଓଡିଶା ରେ ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ପୁରୀ ଙ୍କୁ ସମ୍ମାନଜନକ "ଉତ୍କଳ ଶ୍ରୀ" ସମ୍ମାନ ରେ ସମ୍ମାନିତ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଅବହେଳିତ ବରିଷ୍ଠ ନାଗରିକ ଓ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବର୍ଷ ର ବିଭିନ୍ନ ସମୟ ରେ ମଧ୍ୟ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ଶ୍ରୀମତୀ ଶାଶ୍ଵତୀ ମିଶ୍ର, ସମ୍ପାଦକ ଡ଼ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ସମସ୍ତେ ପରସ୍ପର ହାତ ଧରି କିଛି ଭଲ କାମ କରିବା ହିଁ ଅନୁଷ୍ଠାନ ର ମୂଳ ଲକ୍ଷ୍ୟ।

powered by social2s