ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ' ଆୟୋଜିତ ହୋଇଛି। ରୋଡ୍ ସୋ'ରେ ମୋଦିଙ୍କୁ ଦେଖିବାକୁ ଦୁଇ ପାର୍ଶ୍ଵରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ'। ପରେ ଓଡ଼ିଶାରେ ରାଜ୍ୟ ବିଜେପି ଶାସନର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେଲେ ମୋଦି। ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ ଦେଇ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୃଢ଼ ନେତୃତ୍ଵରେ ଆମ ଦେଶ ସୁରକ୍ଷିତ। ଆପଣଙ୍କ ନେତୃତ୍ଵରେ ଅପରେସନ୍ ସିନ୍ଦୂରର ସଫଳତା ସାରା ବିଶ୍ଵ ଦେଖିଛି। ଗରିବ, ଯୁବକ, ଅନ୍ନଦାତା ମହିଳାଙ୍କ ହିତରେ ଆମ ସରକାର କାର୍ଯ୍ୟରତ ବୋଲି ସେ କହିଛନ୍ତି।
powered by social2s

