ସହିଦନଗର ରେସିଡେଣ୍ଟସିଆଲ ୱେଲଫେୟାର ଫୋରମ ର ବୈଠକ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ରେସିଡେଣ୍ଟସିଆଲ ୱେଲଫେୟାର ଫୋରମ ର ଏକ ବୈଠକ ବରିଷ୍ଠ ସଭ୍ୟ ଅନୁପ ଦିବେଦୀ ଙ୍କ ଅଧକ୍ଷତା ରେ ସହିଦସ୍ପୋର୍ଟିଂ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅହମଦାବାଦ ବିମାନ ଦୁର୍ଘଟଣା ରେ ବିୟୋଗ ଘଟିଥିବା ଲୋକ ମାନଙ୍କ ନିମନ୍ତେ ,ଆତ୍ମା ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଯେଉଁ ମାନେ ସଦସ୍ୟ ହେବାକୁ ଚାହୁଁଛନ୍ତି ଦୁଇ ଉପାଧ୍ୟକ୍ଷ ଙ୍କୁ ଦରଖାସ୍ତ କରିବେ,ବୋଲି ପୁଣି ଥରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସହିଦନଗର ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଓ କିଛି ଭଲ କାମ କରିବାର ଉଦେଶ୍ୟ ନେଇ ଆମେ ସର୍ବଦା ଏକାଠି ହେବା ପାଇଁ ସ୍ଥିର କରାଗଲା। ବର୍ତମାନ ସୁଦ୍ଧା ପ୍ରାୟ ୫୦ ଜଣ ସଦସ୍ୟ ରହି କାର୍ଯ୍ୟ ଆରମ୍ଭ କରାଯିବାକୁ ସ୍ଥିର କରାଗଲା। ଏହି କମିଟି ରେ ଶହୀଦ ନଗର ବାସିନ୍ଦା ମାନଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତି କରାଯାଇଥିଲା ବୈଠକ ରେ ପ୍ରତେକ ସଦସ୍ୟ ତାଙ୍କ ଘର ଆଗରେ ଗୋଟିଏ ଗଛ ଲଗାଇବା ସହିତ ତାର ତଦାରଖ ମଧ୍ୟ କରିବାକୁ ଅନୁରୋଧ କରାଗଲା। ଯେଉଁ ଦିନ ଲଗାଇବେ ସେ ଫୋରମ କୁ ଜଣାଇଲେ ଯେଉଁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ପାରିବେ ଯୋଗ ଦେବେ, ସହିଦ ନଗର ର ବିଭିନ୍ନ ପ୍ରକାର ସମସ୍ୟା ପାଇଁ କାହାକୁ ଫୋନ କରାଯିବ ତାହା ଅତି ଶୀଘ୍ର ଜଣାଯିବାକୁ ସ୍ଥିର କରାଗଲା। ବାଣୀବିହାର ରେଲୱେ ଷ୍ଟେସନ ରୁ ଯାତାୟାତ ପାଇଁ ପୂର୍ବ ପରି ଏକ ଛୋଟ ବସ ଚାଲିବା ନିମନ୍ତେ ସରକାର ଙ୍କୁ ପାଖରେ ଦାବି କରିବାକୁ ସ୍ଥିର କରାଗଲା। ଆଜିର ବୈଠକ ରେ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଶ୍ରୀ ବିଜୟ ପଣ୍ଡା, ଶ୍ରୀ ସୁଧୀର ଶତପଥୀ, ଶ୍ରୀ ଉମାନାଥ ମିଶ୍ର, ଶିବବ୍ରତ ଘୋଷ, ଶ୍ରମତି ସାସ୍ୱତୀ ମିଶ୍ର, ବିକାଶ ଚାନ୍ଦ, ଶ୍ରୀନିବାସ ପଟ୍ଟନାୟକ, ଦୀପକ ବେହେରା,ସଞ୍ଜୟ ଦାସ, ପ୍ରାଚୀତୋଷ ପ୍ରିୟତୋଷ, ପ୍ରସନ୍ନ ପୃଷ୍ଟି, ପ୍ରମୋଦ ପୃଷ୍ଟି,ସୁରଞ୍ଜନ ବର୍ମା, ନିକୁଞ୍ଜ ମହାନ୍ତି, ସାସ୍ୱତୀ ମିଶ୍ର, ବିକାଶ ଚାନ୍ଦ, ପ୍ରଣବ ପରିଜା,ଜିତେନ୍ଦ୍ର ରଥ, କଲୋଲ ବିକାଶ ସ୍ବାଇଁ, ବିଭୂଦତ ଦାସ,ପ୍ରବୋଧ ଦାସ, ଆଶିଷ ମହାପାତ୍ର, ବିଭୁଦତ ଦାସ, ଅଜୟ ଚୌଧୁରୀ, ଦିଲ୍ଲୀପ କୁମାର ମଲ୍ଲିକ, ସରୋଜ ପଟ୍ଟନାୟକ,ଦିଲ୍ଲୀପ ଦାସ, ଶ୍ରୀନିବାସ ରାଓ, ଦେବାଶିଷ ସୋମ ପ୍ରଭାତ ସାମଲ, ସୁଧାଂଶ ସିନା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ। ଆଗାମୀ ଦିନରେ ସମସ୍ତେ ଏକାଠି ମିଳି ମିଶି କାମ କରିବାକୁ ନିଷ୍ପତି ଗ୍ରହଣ କରାଗଲା। ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଗଲା।

powered by social2s